Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବିଶ୍ବ ଆଦିବାସୀ ଦିବସରେ ବିଶ୍ବବିଖ୍ୟାତ ଯନ୍ତ୍ରୀ କାର୍ଜୀ ମାଝୀଙ୍କୁ ଶ୍ରଦ୍ଧାଞ୍ଜଳି

କଳାହାଣ୍ଡି,୦୯/୦୮-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ମାଳିଯୁବାଙ୍ଗ ପଞ୍ଚାୟତର ଦୁର୍ଗମ ସେର୍କୋଝୋଲା ଗାଁରେ ଜନ୍ମିତ ବିଶ୍ବବିଖ୍ୟାତ ପ୍ରାକ୍ରୁତିକ ଯନ୍ତ୍ରୀ କାର୍ଜୀ ମାଝୀଙ୍କୁ ଆଜି ବିଶ୍ବ ଆଦିବାସୀ ଦିବସରେ ମନେ ପକାଇବା ସହିତ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି କଳାହାଣ୍ଡି ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶିବାଜୀ ମାଝୀ ! ତାଙ୍କ ସହିତ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ, ଲାଞ୍ଜିଗଡ଼ ବିଧାୟକଙ୍କ ପ୍ରତିନିଧି ପ୍ରଦୀପ କୁମାର ଘଡ଼େଇ, ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଯୁବନେତା ହିମାଦ୍ରୀ ପେସନିଆ, ବିଜେଡି ଜିଲ୍ଲା ସଂପାଦକ ଜଗଦୀଶ ବେନିଆ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ମନୋହର ହରପାଲ, ବରିଷ୍ଠ ନାଗରିକ ରଘୁବୀର ନାଗ, ଫକୀର ବିଶି, ବିଶ୍ବନାଥପୁର ସରପଞ୍ଚ ସୁରଥ ମାଝୀ, ବନ ଦଳେଇ, ସତ୍ୟ ନାଏକ, ବୀର ବେନୁଆଁ, ପ୍ରମୁଖ ଯୋଗ ଦେଇଥିଲେ ! ନାଗରିକ କମିଟିର ସଦସ୍ୟ ମନୋରଞ୍ଜନ ବିଶି, ତରୁଣ କୁମାର ଦାସଙ୍କ ତତ୍ତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମକୁ ଯୁବନେତା ଦେବାଶିଷ ରଞ୍ଜନ ବିଶି ପରିଚାଳନା କରିଥିଲେ !