Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏବେ ରେଲଓ୍ଵେ ଷ୍ଟେସନରେ ମଧ୍ୟ ମିଳିବ ଶସ୍ତା ଓ ଗୁଣବତ୍ତା ଔଷଧ, ୫୦ ସ୍ଥାନରେ ଖୋଲିବ ଜନ ଔଷଧି କେନ୍ଦ୍ର

ନୂଆଦିଲ୍ଲୀ: କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ସାଧାରଣ ଜନତାଙ୍କୁ ଶସ୍ତାରେ ଗୁଣବତ୍ତାର ଜେନେରିକ ଔଷଧ ଯୋଗାଇ ଦେବା ଉଦ୍ଦେଶ୍ୟରେ ଏବେ ସମଗ୍ର ଦେଶର ରେଲଓ୍ଵେ ଷ୍ଟେସନରେ ମଧ୍ୟ ଜନ ଔଷଧି କେନ୍ଦ୍ର ଖୋଲିବାକୁ ଯାଉଛି। ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ରାଜ୍ୟର ୫୦ ରେଲଓ୍ଵେ ଷ୍ଟେସନକୁ ଏଥିପାଇଁ ଚୟନ କରାଯାଇଛି। ଏହା ପରେ ସମସ୍ତ ବଡ଼ ପ୍ରମୁଖ ରେଲଓ୍ଵେ ଷ୍ଟେସନରେ ଜନ ଔଷଧି କେନ୍ଦ୍ର ଖୋଲାଯିବ।

ଏହି ଜନ ଔଷଧି କେନ୍ଦ୍ରରେ ରେଳ ଯାତ୍ରୀ ସହିତ ସାଧାରଣ ଜନତା ମଧ୍ୟ ଶସ୍ତାରେ ଔଷଧ କିଣି ପାରିବେ। ଏହି ପଦକ୍ଷେପରେ ବ୍ୟାପକ ମାତ୍ରାରେ ନିଯୁକ୍ତିର ସୁଯୋଗ ମଧ୍ୟ ସୃଷ୍ଟି ହେବ। ରେଲଓ୍ଵେ ବୋର୍ଡ ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର(ପିଏମବିଜେକେ) ଆଧାରରେ ରେଲଓ୍ଵେ ଷ୍ଟେସନରେ କେନ୍ଦ୍ର ଖୋଲିବା ସଂପର୍କିତ ନୀତି ଲାଗୁ କରି ଦେଇଛି।

ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ରେଲଓ୍ଵେ ଷ୍ଟେସନ ପରିସରରେ ଏହି ଜନ ଔଷଧି କେନ୍ଦ୍ର ଏମିତି ସ୍ଥାନରେ ଖୋଲାଯିବ, ଯେଉଁଠି ରେଳ ଯାତ୍ରୀ ସହିତ ସାଧାରଣ ଜନତା ମଧ୍ୟ ଆସି ପାରିବେ। ସମଗ୍ର ଦେଶରେ ୫୦ ରେଲଓ୍ଵେ ଷ୍ଟେସନରେ ଏହି କେନ୍ଦ୍ର ଖୋଲିବା ପାଇଁ ସ୍ଵତନ୍ତ୍ର ଷ୍ଟଲ ତିଆରି କରାଯିବ। ଏହାର ଡିଜାଇନ ରାଷ୍ଟ୍ରୀୟ ଡିଜାଇନ ସଂସ୍ଥା ପ୍ରସ୍ତୁତ କରିବ।

More Stories