Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦିଲ୍ଲୀ ସେବା ବିଲକୁ ମିଳିଲା ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ସରକାର ଜାରି କଲେ ବିଜ୍ଞପ୍ତି

ନୂଆଦିଲ୍ଲୀ: ଦିଲ୍ଲୀ ସର୍ଭିସ୍ ବିଲ୍ ସଂସଦରେ ଗୃହୀତ ହେବା ପରେ ଏବେ ଆଇନରେ ପରିଣତ ହୋଇଛି। ରାଷ୍ଟ୍ରପତି ଏହି ବିଧେୟକକୁ ମଞ୍ଜୁରୀ ଦେଇଛନ୍ତି। ଭାରତ ସରକାର ବିଜ୍ଞପ୍ତି ଜାରି କରି ଦିଲ୍ଲୀ ସରକାର(ସଂଶୋଧିତ) ଆଇନ ୨୦୨୩କୁ ଲାଗୁ କରିଛନ୍ତି। ମେ ୧୯ରୁ ହିଁ ଏହି ଆଇନ ପିଛିଲା ଭାବେ ଲାଗୁ ହୋଇଛି।

ଏହା ପୂର୍ବରୁ ସୁପ୍ରିମକୋର୍ଟଙ୍କ ଆଦେଶକୁ ଓଲଟାଇ କେନ୍ଦ୍ର ସରକାର ସଂସଦରେ ଅଧ୍ୟାଦେଶ ଆଣିଥିଲେ। ଏହି ଆଇନ ଲାଗୁ ହେବା ପରେ ଏବେ ଦିଲ୍ଲୀ ସରକାରଙ୍କ ପ୍ରଶାସନରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିବ। ଏବେ ଅଧିକାରୀଙ୍କ ବଦଳି ଏବଂ ନିଯୁକ୍ତି ସଂପର୍କରେ ନିଷ୍ପତ୍ତି ସିଭିଲ୍ ସର୍ଭିସେସ୍ ପ୍ରାଧୀକରଣ ନେବ। ଅନ୍ୟପଟେ ବିଧାନସଭା ଅଧିବେଶନ ଡକାଇବା ପାଇଁ ଦିଲ୍ଲୀ ସରକାରଙ୍କୁ ଉପ ରାଜ୍ୟପାଳଙ୍କ ମଞ୍ଜୁରୀ ନେବାକୁ ପଡ଼ିବ।

ସୂଚନାଯୋଗ୍ୟ, ଏହି ବିଧେୟକ ବିରୋଧରେ ପୂରା ବିରୋଧୀ ସଂସଦରେ ଏକାଠି ଛିଡ଼ା ହୋଇଥିଲେ। ଅରବିନ୍ଦ କେଜରିଓ୍ଵାଲ ଏହି ବିଧେୟକକୁ ୨୦୨୪ର ସେମି ଫାଇନାଲ୍ ଦର୍ଶାଇଥିଲେ। କିନ୍ତୁ ଲୋକସଭାରେ ସରକାରଙ୍କ ସଂଖ୍ୟା ଗରିଷ୍ଠତା ଥିବାରୁ ବିଧେୟକକୁ ଗୃହରେ ସହଜରେ ଗୃହୀତ କରାଇ ପାରିଥିଲେ। ରାଜ୍ୟସଭାରେ ବିଜେଡି ଏବଂ ଓ୍ଵାଇଏସଆର କଂଗ୍ରେସର ସମର୍ଥନରେ ବିଜେପି ବିଧେୟକକୁ ଗୃହୀତ କରାଇବାରେ ସଫଳ ହୋଇଥିଲା।