Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆତ୍ମନିର୍ଭରଶୀଳ ହେବେ ଗରିବ, ଆଦିବାସୀ ଓ ମହିଳା : ବେଦାନ୍ତ ଲିମିଟେଡ୍ ତରଫରୁ ଭଟାଙ୍ଗପଦରରେ ଛେଳିଚାଷ ପ୍ରକଳ୍ପ ଉଦଘାଟିତ

କଳାହାଣ୍ଡି,୧୬/୦୮-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଲିମିଟେଡ୍ ସିଏସ୍ଆର୍ ବିଭାଗ ତରଫରୁ ସ୍ବେଚ୍ଛାସେବୀ ସଂଗଠନ କଳିଙ୍ଗ କୁସୁମ ଓ ମାଣିକସ୍ତୁର ମିଳିତ ଆନୁକୂଲ୍ୟରେ ଲାଞ୍ଜିଗଡ଼ ବ୍ଲକ ଭଟାଙ୍ଗପଦରଠାରେ ଏକ ଭବ୍ୟ ସମାରୋହ ଆୟୋଜିତ ହୋଇଯାଇଛି ! ଏଥିରେ ମୁଖ୍ୟଅତିଥି ଭାବେ ରାଜ୍ୟସଭା ସାଂସଦ ସୁଜିତ କୁମାର ଯୋଗଦେଇ ବେଦାନ୍ତ ଲିମିଟେଡ୍ ସିଏସ୍ଆର୍ ବିଭାଗ ଦ୍ବାରା ପ୍ରାୟୋଜିତ ବେଦାନ୍ତ ଛେଳିଚାଷ ପ୍ରକଳ୍ପକୁ ଉଦଘାଟନ କରିଛନ୍ତି ! ଏଥିରେ ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, କଳାହାଣ୍ଡି ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ପାୱାର ସଚିନ ପ୍ରକାଶ, ବେଦାନ୍ତ ଲିମିଟେଡ୍ ମୁଖ୍ୟ ନିର୍ବାହୀ ଅଧିକାରୀ ଗୋବିନ୍ଦ ଗୋପାଳ ପାଲ, ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ବିଡିଓ ଜିତେନ୍ଦ୍ର କୁମାର ମିଶ୍ର, ବେଦାନ୍ତ ସିଏସ୍ଆର୍ ବିଭାଗ ମୁଖ୍ୟ ଶିଶିର ତରଫଦାର, ଭବାନୀପାଟଣା ପୌର ପରିଷଦ ଅଧ୍ୟକ୍ଷା ସଂଯୁକ୍ତା ବେହେରା, ଭଟାଙ୍ଗପଦର ସରପଞ୍ଚ ଦଶମୀ ମାଝୀ ପ୍ରମୁଖ ଯୋଗ ଦେଇଥିଲେ ! କାର୍ଯ୍ୟକ୍ରମ ପ୍ରାରମ୍ଭରେ ମାଣିକସ୍ତୁ ଏଗ୍ରୋର ପ୍ରତିଷ୍ଠାତା ଓ ନିର୍ଦ୍ଦେଶକ ବୀରେନ୍ ସାହୁ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ ! ଏଇ ଅବସରରେ ଭଟାଙ୍ଗପଦର ପଞ୍ଚାୟତର ବିଭିନ୍ନ ଗାଁରୁ ଆସିଥିବା ୧୦୦ ଜଣ ହିତାଧିକାରୀଙ୍କୁ ୨୦୦ଗୋଟି ଛେଳି ବଣ୍ଟନ କରାଯାଇଥିଲା ! ଯୁବ ସାମ୍ବାଦିକ ସୁଶୀଲ କୁମାର ବାଗ ସଭା ପରିଚାଳନା କରିଥିବାବେଳେ ଶେଷରେ ଭଟାଙ୍ଗପଦର ସମିତିସଭ୍ୟ ରୂପେନ୍ଦ୍ର ଛତ୍ରିଆ ଧନ୍ୟବାଦ ଅର୍ପଣ କରିଥିଲେ ! ମାଣିକସ୍ତୁର ବ୍ୟବସାୟିକ ମୁଖ୍ୟ ନବୀନ ମେହେର, ବେଦାନ୍ତ ଜନସଂପର୍କ ବିଭାଗର କୌଶିକ ପାଟଗିରି, ମ୍ରୁତ୍ୟୁଞ୍ଜୟ ଅଗ୍ରୱାଲ, ଶ୍ରୁତି ଶୁକ୍ଲା, କଳିଙ୍ଗ କୁସୁମର ସ୍ବଦେଶ କୁମାର, ଶିବପ୍ରସାଦ ସାମଲ, ରାଧାମୋହନ କରୁଆଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ !

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ