Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବାକୁ ପିଏମ ମୋଦୀଙ୍କ ଜୋହାନ୍ସବର୍ଗ ଯାତ୍ରା, ଜିନପିଙ୍ଗଙ୍କ ସହ ହେବେ ମୁହାଁମୁହିଁ

ନୂଆଦିଲ୍ଲୀ: ଅଗଷ୍ଟ ୨୨ରୁ ଅଗଷ୍ଟ ୨୪ ପର୍ଯ୍ୟନ୍ତ ଜୋହାନ୍ସବର୍ଗରେ ହେବାକୁ ଥିବା ୧୫ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦକ୍ଷିଣ ଆଫ୍ରିକା ଯାତ୍ରା କରିଛନ୍ତି। ପ୍ରଧାନମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି ଯେ, ସମ୍ମିଳନୀର ସଦସ୍ୟ ଦେଶକୁ ସହଯୋଗ ଓ ସଂସ୍ଥାଗତ ବିକାଶର ସମୀକ୍ଷା ପାଇଁ ଉପଯୁକ୍ତ ସୁଯୋଗ ପ୍ରଦାନ କରିବ।

ଏହି ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଚିନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ସାକ୍ଷାତ ହୋଇପାରେ। ହେଲେ ଦୁଇ ନେତାଙ୍କ ମଧ୍ୟରେ କୌଣସି ଆଲୋଚନା ହେବ କି ନାହିଁ ତହା ସ୍ପଷ୍ଟ ହୋଇ ନାହିଁ। ଏହା ପୂର୍ବରୁ ଦୁଇ ନେତା ଗତ ବର୍ଷ ଜି-୨୦ ବୈଠକରେ ସାମ୍ନାସାମ୍ନି ହୋଇଥିଲେ। ମୋଦୀ କହିଛନ୍ତି, ସେ ଅନେକ ଅତିଥି ଦେଶ ସହ ଆଲୋଚନା କରିବାକୁ ଉତ୍ସୁକ, ଯେଉଁମାନଙ୍କୁ ବୈଠକରେ ଯୋଗ ଦେବା ପାଇଁ ଆମନ୍ତ୍ରିତ କରାଯାଇଛି।

ମୋଦୀ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମଫୋସାଙ୍କ ନିମନ୍ତ୍ରଣ କ୍ରମେ ୧୫ତମ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବା ପାଇଁ ଅଗଷ୍ଟ ୨୨ରୁ ୨୪ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ଗସ୍ତରେ ରହିବେ। ଏହା ୨୦୧୯ ପରେ ବ୍ରିକ୍ସ ନେତାଙ୍କ ପ୍ରଥମ ସମ୍ମିଳନୀ ହେବ, ଯେଉଁଠି ସମସ୍ତେ ଯୋଗ ଦେବେ। ବ୍ରିକ୍ସରେ ବ୍ରାଜିଲ, ରୁଷ, ଭାରତ, ଚୀନ ଓ ଦକ୍ଷିଣ ଆଫ୍ରିକା ସାମିଲ୍।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ