Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମିଜୋରାମରେ ଭୁଶୁଡ଼ିଲା ରେଲଓ୍ଵେର ନିର୍ମାଣଧୀନ ପୋଲ, ୧୭ ଶ୍ରମିକ ମୃତ, ଅନେକ ନିଖୋଜ

ଆଇଜଲ: ମିଜୋରାମର ରାଜଧାନୀ ଆଇଜଲଠୁ ପ୍ରାୟ ୨୧ କିଲୋମିଟର ଦୂରରେ ସେରାଙ୍ଗ ଅଞ୍ଚଳରେ ବୁଧବାର ପୂର୍ବାହ୍ନ ୧୧ଟାରେ ବଡ଼ ଦୁର୍ଘଟଣା ଘଟିଛି। ଏକ ନିର୍ମାଣଧୀଣ ରେଲଓ୍ଵେ ପୋଲ ଭୁଶୁଡ଼ି ଯିବାରୁ ଅତି କମରେ ୧୭ ଜଣଙ୍କ ମୃତ୍ୟୁ ଘଟିଛି। ଘଟଣାରେ ଅନେକ ଫଶି ରହିଥିବା ଆଶଙ୍କା କରାଯାଉଛି। ଘଟଣା ସମୟରେ ସେରାଙ୍ଗରୁ ଆଇଜଲ ପର୍ଯ୍ୟନ୍ତ ରେଲଓ୍ଵେ ଯୋଗାଯୋଗ ପାଇଁ ଏହି ପୋଲ ନିର୍ମାଣ ଚାଲିଥିଲା। ଘଟଣା ସମୟରେ ପୋଲରେ ୪୦ ଶ୍ରମିକ ଥିଲେ।

ଜଣେ ପୋଲିସ ଅଧିକାରୀଙ୍କ ଅନୁଯାୟୀ, ଧ୍ଵଂସାବଶେଷ ତଳୁ ଏ ପର୍ଯ୍ୟନ୍ତ ୧୭ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ଅନେକ ନିଖୋଜ ଅଛନ୍ତି। ୟଙ୍ଗ ମିଜୋ ଆସୋସିଏସନର ସେରାଙ୍ଗ ଶାଖା ତରଫରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କୁହାଯାଉଛି ଯେଉଁ ଫୋଲ ଭୁଶୁଡ଼ିଛି ତାହା ପୂର୍ବୋତର ସମସ୍ତ ରାଜ୍ୟର ରାଜଧାନୀକୁ ସଂଯୋଗ କରିବା ପାଇଁ ରେଲଓ୍ଵେ ପକ୍ଷରୁ ନିର୍ମାଣ କରାଯାଉଥିଲା। ଗତ କିଛି ବର୍ଷ ହେବ ନିର୍ମାଣଧୀନ ଥିଲା।

ପୂର୍ବୋତର ସୀମାନ୍ତ ରେଲଓ୍ଵେ(ଏନଏଫଆର)ର ମୁଖ୍ୟ ଜନ ସଂପର୍କ ଅଧିକାରୀ ସବ୍ୟସାଚୀ ଡେ କହିଛନ୍ତି, ଆମକୁ ଏ ପର୍ଯ୍ୟନ୍ତ ଦିୁର୍ଘଟଣା ପଛର କାରଣ ଓ ଦୁର୍ଘଟଣା ସମୟରେ ପ୍ରକୃତରେ କେତେ ଲୋକ ଥିଲେ ଏହାର ସ୍ପଷ୍ଟ ସୂଚନା ମିଳିନାହିଁ। ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି, ମୁଁ ସମସ୍ତ ଶୋକସନ୍ତପ ପରିବାର ପ୍ରତି ନିଜର ଗଭୀର ସମବେଦନା ବ୍ୟକ୍ତ କରୁଛି ଏବଂ ଆହତଙ୍କ ଶୀଘ୍ର ସୁସ୍ଥତା କାମନା କରୁଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ