Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଘନିଷ୍ଠ ବ୍ୟକ୍ତିଙ୍କ ଉପରେ ଇଡି ରେଡ୍, ବଘେଲ କହିଲେ ବାର୍ଥ ଡେ ଗିଫ୍ଟ

ରାୟପୁର: ଛତିଶଗଡ଼ରେ କେନ୍ଦ୍ରୀୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଚଢାଉ ଜାରି ରହିଛି। ବୁଧବାର ଇଡି ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ରାଜନୈତିକ ପରାମର୍ଶଦାତା ବିନୋଦ ବର୍ମା ଓ ଓଏସଡିର ଠିକଣା ଉପରେ ଚଢାଉ କରିଛି। ବିନୋଦ ବର୍ମାଙ୍କ ଦେବେନ୍ଦ୍ରନଗର ବାସଭବନ ସହିତ ଓଏସଡି ମନୀଷ ବଞ୍ଛୋର, ଓଏସଡି ଆଶିଷ ବର୍ମା ଓ ତାଙ୍କର ଘନିଷ୍ଠ ବ୍ୟବସାୟୀ ବିଜୟ ଭାଟିଆଙ୍କ ଘରେ ମଧ୍ୟ ପହଞ୍ଚିଛି। ମୁଖ୍ୟମନ୍ତ୍ରୀ ବଘେଲ ଇଡିର ଏହି ଚଢାଉକୁ ବାର୍ଥଡେ ଗିଫ୍ଟ କହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ତାର୍ତ୍ସଲ୍ୟଭରା ସ୍ଵରରେ ଧନ୍ୟବାଦ ଦେଇଛନ୍ତି।

ସୂଚନାଯୋଗ୍ୟ, ଛତିଶଗଡ଼ରେ କଥିତ ମଦ ଓ କୋଇଲା ପରିବହନ ଘୋଟାଲାକୁ ନେଇ ଇଡି ରାଜ୍ୟରେ ଲଗାତାର ଚଢାଉ ଜାରି ରଖିଛି। ଏହି ମାମଲାରେ ଅଦ୍ୟାବଧି ୧୨ରୁ ଅଧିକ ଜଣଙ୍କୁ ଗିରଫ କରାଯାଇଛି। କୋଇଲା ପରିବହନ ଘୋଟାଲାରେ ମୁଖ୍ୟମନ୍ତ୍ରୀଙ୍କ ସଚିବାଳୟର ଅଧିକାରୀ ସୌମ୍ୟା ଚୌରାସିଆ ଓ ରାୟଗଢ ଜିଲ୍ଲାପାଳ ଆଇଏଏସ ରାନୁ ସହିତ ଅନେକ ଅଫିସର ଓ ବ୍ୟବସାୟୀ ବର୍ତ୍ତମାନ ଜେଲରେ ଅଛନ୍ତି। ବୁଧବାର ଚଢାଉ କେଉଁ ମାମଲାକୁ ନେଇ ହୋଇଛି ଏହା ସ୍ପଷ୍ଟ ହୋଇ ନାହିଁ।

ଆଜି ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ଜନ୍ମଦିନ। ସେପଟେ ମୁଖ୍ୟମନ୍ତ୍ରୀଙ୍କ ଓଏସଡି ଓ ରାଜନୈତିକ ପରାମର୍ଶଦାତାଙ୍କ ବାସଭବନରେ ଇଡିର ଚଢାଉ ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହା ପୂର୍ବରୁ ଇଡି ଜୁଲାଇ ୨୧ରେ ରାନୁ ସାହୁ, ତାଙ୍କ ଆଇଏଏସ ସ୍ଵାମୀଙ୍କ ବାସଭବନ ସହିତ କଂଗ୍ରେସ ନେତା, ଅଫିସରଙ୍କ ଘରେ ଚଢାଉ କରିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ