Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେବଳ ଚନ୍ଦ୍ରରେ କାମ କରିବ ନାହିଁ ଚନ୍ଦ୍ରଯାନ-୩, ଯେଉଁଠି ଯେଉଁଠି ରୋଭର ଗତି କରିବ ସେଠାରେ ଛାଡ଼ିବ ଅଶୋକ ଚକ୍ରର ଚିହ୍ନ

ନୂଆଦିଲ୍ଲୀ: ଅଗଷ୍ଟ ୨୩ ତାରିଖ ସନ୍ଧ୍ୟା ଭାରତ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ନେଇକି ଆସିଲା। ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡର ସଫଳତାପୂର୍ବକ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିବାରେ ସଫଳ ହୋଇଛି। ଦୁନିଆର କୌଣସି ଦେଶ ଏହି ସଫଳତା ହାସଲ କରି ନାହାନ୍ତି, ଯାହା ଭାରତ କରି ଦେଖାଇଛି। ଏଥିସହ ଚନ୍ଦ୍ର ପୃଷ୍ଠରେ ଭାରତ ଏୟାରକ୍ରାଫ୍ଟ ଓହ୍ଲାଇ ଦୁନିଆର ଚତୁର୍ଥ ଦେଶ ହେବାର ଗୌରବ ଅର୍ଜନ କରିଛି। ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ର ପୃଷ୍ଠରେ ଓହ୍ଲାଇବାର କିଛି ସମୟ ପରେ ପ୍ରଜ୍ଞା ରୋଭର ବିକ୍ରମଠୁ ବାହାରି ଆସିଛି। ରୋଭର ନିଜର କାମ ମଧ୍ୟ ଆରମ୍ଭ କରି ଦେଇଛି।

ଇସ୍ରୋ ରୋଭରକୁ ଏମିତି ଡିଜାଇନ କରିଛି, ଯାହା ଦକ୍ଷିଣ ମେରୁରେ ଏମିତି ଜିନିଷର ସନ୍ଧାନ କରିବ ଯାହା ଭାରତ ନୁହେଁ ପୂରା ଦୁନିଆର କାମରେ ଆସିବ। ରୋଭରର କାମ କେବଳ ଚନ୍ଦ୍ରରେ କାମ କରିବା ନୁହେଁ। ଏଥର ରୋଭର ଚନ୍ଦ୍ର ପୃଷ୍ଠରେ ଯେଉଁ ଯେଉଁ ସ୍ଥାନରେ ଗତି କରିବ, ସେଠାରେ ଭାରତର ଜାତୀୟ ପ୍ରତୀକ ଅଶୋକ ଚକ୍ରର ଚିହ୍ନ ଛାଡ଼ି ଚାଲିବ।

ରୋଭରର କାମ ଚନ୍ଦ୍ର ପୃଷ୍ଠରେ ସେହି ଜିନିଷର ସନ୍ଧାନ କରିବ ଯାହା ଭବିଷ୍ୟତ ପାଇଁ ବହୁ ଗୁରୁତ୍ଵପୂର୍ଣ୍ଣ କାମରେ ଆସିବ। ୨୦୦୮ରେ ଚନ୍ଦ୍ରଯାନ-୧ ଚନ୍ଦ୍ରର ଦକ୍ଷିଣ ଭାଗରେ ପାଣିର ସନ୍ଧାନ କରିଥିଲା। ଏଥିପାଇଁ ରୋଭରର କାମ ଜଳ ବରଫର ସନ୍ଧାନ କରିବ ଏବଂ ଏହା ଜାଣିବାକୁ ଚେଷ୍ଟା କରିବ ଯେ ଭବିଷ୍ୟତରେ କଣ ଏଠାରେ ମାନବ ସଭ୍ୟତା ସରଞ୍ଚନା ସମ୍ଭବ କି।

ସୂଚନାଯୋଗ୍ୟ, ଜୁଲାଇ ୧୬ ତାରିଖରେ ଆନ୍ଧ ପ୍ରଦେଶର ଶ୍ରୀହରିକୋଟା ସ୍ଥିତ ୨ୟ ଲଞ୍ଚ ପ୍ୟାଡରୁ ଚନ୍ଦ୍ରଯାନ-୩ ଉତକ୍ଷେପଣ କରାଯାଇଥିଲା। ୪୦ ଦିନର ଲମ୍ବା ଯାତ୍ରା ପରେ ପୃଥିବୀ ପୃଷ୍ଠରୁ ପାଖାପାଖି ୪ ଲକ୍ଷ କିଲୋମିଟର ଯାତ୍ରା କରିବା ପରେ ଅଗଷ୍ଟ ୨୩ ତାରିଖ ସନ୍ଧ୍ୟା ୬ଟା ୪ ମିନିଟରେ ବିକ୍ରମ ଲ୍ୟାଣ୍ଡର ସଫଳ ଅବତରଣ କରିଛି। ରୋଭର ପ୍ରଜ୍ଞା ଇସ୍ରୋ ବୈଜ୍ଞାନିକଙ୍କ ଦ୍ଵାରା ଧାର୍ଯ୍ୟ ୧୪ ଦିନିକିଆ କାମ ଆରମ୍ଭ କରିବ। ଏହା ଚନ୍ଦ୍ର ପୃଷ୍ଠର ରସାୟନିକ ଗୁଣ ବିଷୟରେ ତଥ୍ୟ ପ୍ରଦାନ କରିବ। ଏଥିସହ ସହ ପ୍ରଜ୍ଞା ଚନ୍ଦ୍ରର ଅନେକ ଭୌତିକ ଗୁଣର ତଥ୍ୟ ସଂଗ୍ରହ କରିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ