Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପିଏମ ମୋଦୀଙ୍କ ଡିଗ୍ରୀକୁ ନେଇ ଅଡୁଆରେ ପଡ଼ିଲେ ଅରବିନ୍ଦ କେଜରିଓ୍ଵାଲ, ସୁପ୍ରିମକୋର୍ଟ ଦେଲେ ଝଟକା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡିଗ୍ରୀ ଉପରେ ପ୍ରଶ୍ନ ଉଠାଇ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜରିଓ୍ଵାଲ ଆଇନ ଜାଲରେ ଛନ୍ଦି ହୋଇ ଯାଇଛନ୍ତି। ଗୁଜରାଟ ୟୁନିଭର୍ସିଟି ପକ୍ଷରୁ ଦାଖଲ ମାନହାନୀ ମୋକଦ୍ଦମାରେ ଶୁକ୍ରବାର ସୁପ୍ରିମକୋର୍ଟଙ୍କ ପକ୍ଷରୁ କେଜରିଓ୍ଵାଲଙ୍କୁ ବଡ଼ ଝଟକା ଲାଗିଛି। ସର୍ବୋଚ୍ଚ ଅଦାଲତ କେଜରିଓ୍ଵାଲଙ୍କ ଯାଚିକା ଖାରଜ କରିଛନ୍ତି, ଯେଉଁଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ। କେଜରିଓ୍ଵାଲ ସୁପ୍ରିମକୋର୍ଟରେ ନିଜ ବିରୋଧରେ ଲାଗିଥିବା ଅପରାଧିକ ମାନହାନୀ କେସ ଉପରେ ରୋକ୍ ଲଗାଇବାକୁ ଦାବି କରିଥିଲେ।

ଗୁଜରାଟ୍ ୟୁନିଭର୍ସିଟିର ରେଜିଷ୍ଟ୍ରାର ପୀୟୂଷ ପଟେଲ୍ କେଜରିଓ୍ଵାଲ ଏବଂ ଆପ୍ ନେତା ସଞ୍ଜୟ ସିଂଙ୍କ ବିରୋଧରେ ମାନହାନୀ କେସ ଦେଇଛନ୍ତି। ଆରଟିଆଇ ଆକ୍ଟ ଆଧାରରେ ପିଏମ ମୋଦୀଙ୍କ ଡିଗ୍ରୀକୁ ନେଇ ମଗାଯାଇଥିବା ସୂଚନା ଉପଲବ୍ଧ କରାଇବା ମୁଖ୍ୟ ସୂଚନା ଆୟୋଗଙ୍କ ଆଦେଶ ଉପରେ ଗୁଜରାଟ ହାଇକୋର୍ଟ ରୋକ୍ ଲଗାଇଥିଲେ। ଏହା ପରେ ଦୁଇ ନେତା ଗୁଜରାଟ ୟୁନିଭର୍ସିଟି ଉପରେ କିଛି ଟିପ୍ପଣୀ କରିଥିଲେ। ଯାହାକୁ ନେଇ ବିବାଦରେ ଫସିଛନ୍ତି ଦୁଇ ନେତା। ହାଇକୋର୍ଟରୁ ଆଶ୍ଵସ୍ତି ନ ମିଳିବାରୁ କେଜରିଓ୍ଵାଲ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ, ଯେଉଁଠି ଆଜି ତାଙ୍କୁ ନିରାଶ ହେବାକୁ ପଡ଼ିଛି। ସୁପ୍ରିମକୋର୍ଟର ଖଣ୍ଡପୀଠ କହିଛନ୍ତି ଗୁଜରାଟ ୟୁନିଭର୍ସିଟି ଓ କେଜରିଓ୍ଵାଲ ନିଜର ଅଭିଯୋଗ ହାଇକୋର୍ଟରେ ରଖି ପାରିବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ