Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତାମିଲନାଡ଼ୁରେ ଟ୍ରେନରେ ଭୟଙ୍କର ଅଗ୍ନିକାଣ୍ଡ, ୧୦ ଜୀବନ୍ତ ଦଗ୍ଧ, ୨୦ ଆହତ

ଚେନ୍ନାଇ: ତାମିଲନାଡ଼ୁରେ ହୃଦୟ ବିଦାରକ ଟ୍ରେନ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ଟ୍ରେନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିବାରୁ ୧୦ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଦକ୍ଷିଣ ରେଲଓ୍ଵେ ଅଧିକାରୀଙ୍କ ବୟାନ ଅନୁଯାୟୀ, ଯାତ୍ରୀ ବଗିରେ ବେଆଇନ ଭାବେ ଗ୍ୟାସ୍ ସିଲିଣ୍ଡର ନିଆଯାଉଥିଲା, ଯେଉଁ କାରଣରୁ ବଗିରେ ଅଗ୍ନିକାଣ୍ଡ ଘଟିଛି।

ଦକ୍ଷିଣ ରେଲଓ୍ଵେ ଅଧିକାରୀଙ୍କ ଅନୁଯାୟୀ ଆଜି ସକାଳ ୫ଟା ୧୫ରେ ମଦୁରାଇ ୟାର୍ଡ ଜଙ୍କସନରେ ଛିଡ଼ା ହୋଇଥିବା ସମୟରେ ପୁନାଲୁର-ମଦୁରାଇ ଏକ୍ସପ୍ରେସର ଟୁରିଷ୍ଟ କୋଚରେ ନିଆଁ ଲାଗିଥିଲା। ତୁରନ୍ତ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲେ। ଫଲରେ ଅନ୍ୟ ବଗିର କୌଣସି କ୍ଷତି ଘଟିନାହିଁ। କିଛି ଯାତ୍ରୀ ବେଆଇନ ଭାବେ ଗ୍ୟାସ ସିଲିଣ୍ଡର ଚୋରା ଚାଲାଣ କରୁଥିଲେ, ଯେଉଁ କାରଣରୁ ଟ୍ରେନରେ ନିଆଁ ଲାଗିଥିଲା। ଘଟଣାରେ ଏ ପର୍ଯ୍ୟନ୍ତ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି।

ଦୁର୍ଘଟଣାରେ ମୃତକଙ୍କ ପରିବାର ପ୍ରତି ରେଲଓ୍ଵେ ପକ୍ଷରୁ ଅନୁକମ୍ପା ରାଶି ଭାବେ ୧୦ ଲକ୍ଷ ଟଙ୍କା ଲେଖାଏଁ ଘୋଷଣା କରାଯାଇଛି। ଭାରତୀୟ ରେଲଓ୍ଵେ ପକ୍ଷର ଦୁଃଖ ପ୍ରକାଶ କରାଯିବା ସହ ଶୋକ ସନ୍ତପ ପରିବାର ପ୍ରତି ସମବେଦନା ବ୍ୟକ୍ତ କରାଯାଇଛି।