Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜାତିଗତ ଜନଗଣନାକୁ ନେଇ ମୋଦୀ ସକରାରଙ୍କ ସତ୍ୟପାଠ, କହିଲେ- ଏହା କେବଳ କେନ୍ଦ୍ରର ଅଧିକାର

ନୂଆଦିଲ୍ଲୀ: ଜନଗଣନା ସଂପର୍କିତ କୌଣସି କାମ କେନ୍ଦ୍ର ସରକାରଙ୍କ ବ୍ୟତୀତ ଆଉ କେହି କରି ପାରିବେ ନାହିଁ। ବିହାରର ଜାତିଗତ ଜନଗଣନାକୁ ନେଇ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏହି ସତ୍ୟପାଠ ଦାଖଲ କରିଥିଲେ। ହେଲେ କିଛି ଘଣ୍ଟା ଭିତରେ ଏହାକୁ ପ୍ରତ୍ୟାହାର କରି ନେଇଛନ୍ତି। ସୋମବାର ସକାଳେ ଅଦାଲତରେ କେନ୍ଦ୍ର ସରକାର ଯେଉଁ ସତ୍ୟପାଠ ଦାଖଲ କରିଥିଲେ, ସେଥିରେ କୁହାଯାଇଥିଲା ଯେ, ଜନଗଣନା ସଂପର୍କିତ କାମ କେନ୍ଦ୍ର ସରକାର କରି ପାରିବେ। ଏହା ବ୍ୟତୀତ କୌଣସି ବି ରାଜ୍ୟ ସରକାର ଏବଂ ଅନ୍ୟ ଏଜେନ୍ସି ପରିଧିରେ ଜନଗଣନା କାମ ଆସେ ନାହିଁ। ମାତ୍ର ସୋମବାର ସନ୍ଧ୍ୟା ବେଳକୁ ସରକାର ନିଜର ଆଭିମୁଖ୍ୟ ବଦଳାଇ ନୂତନ ସତ୍ୟପାଠ ଦାଖଲ କରିଛନ୍ତି। ଆଉ ପୁରୁଣା ସତ୍ୟପାଠକୁ ଖାରଜ କରିବାକୁ ଦାବି କରିଛନ୍ତି।

ସରକାର କହିଛନ୍ତି, ପ୍ରଥମ ସତ୍ୟପାଠକୁ ଖାରଜ କରି ନୂତନ ସତ୍ୟପାଠକୁ ସ୍ଵୀକାର କରାଯାଉ। ପ୍ରଥମ ସତ୍ୟପାଠର ୫ମ ପାରାଗ୍ରାଫରେ ଏକ ଭୁଲ୍ ହୋଇଥିଲା। ଯେଉଁ କାରଣରୁ ତାକୁ ପ୍ରତ୍ୟାହାର କରି ନିଆଯାଇଛି। ତେବେ ନୂତନ ସତ୍ୟପାଠରେ ତ୍ରୁଟି ସଂଶୋଧନ କରାଯାଇ ପୁରୁଣା କଥାକୁ ଦୋହରା ଯାଇଛି। ସେଥିରେ କୁହାଯାଇଛି ଯେ, ଜନଗଣନା ଅଧିନିୟମ ୧୯୪୮ ଆଧାରରେ ଜନଗଣନା କରାଯାଏ। ଏହାର ପ୍ରାବଧାନ ଆକ୍ଟର ସେକ୍ସନ ୩ରେ କରାଯାଇଛି। ପାଟନା ହାଇକୋର୍ଟ ବିହାର ସରକାରଙ୍କ ପକ୍ଷରୁ ଜାତିଗତ ଜନଗଣନାକୁ ମଞ୍ଜୁରୀ ଦେଇଥିଲେ। ଏହାକୁ ବିରୋଧ କରି ସୁପ୍ରିମକୋର୍ଟରେ ପିଟିସନ ଦାୟର ହୋଇଥିଲାା। ଏହା ଉପରେ ଶୁଣାଣି ସମୟରେ କେନ୍ଦ୍ର ସରକାର ସତ୍ୟପାଠ ଦାଖଲ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ