Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୪ ଦିନ ପରେ ସମାପ୍ତ ହେବନି ମିଶନ ଚନ୍ଦ୍ରଯାନ ! ସୂର୍ଯ୍ୟକିରଣ ବଢାଇପାରେ ସମ୍ଭାବନା

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣାକାରୀ ସଂସ୍ଥା(ଇସ୍ରୋ)ର ଚନ୍ଦ୍ର ଅଭିଯାନକୁ ନେଇ ଆସିଛି ଏକ ଆଶ୍ଵସ୍ତିକର ଖବର। ଆଶା କରାଯାଉଛି ଚନ୍ଦ୍ରରେ ଲମ୍ବା ରାତି ପରେ ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞା ରୋଭର ପୁନଃ କାମ କରି ପାରିବେ। ଚନ୍ଦ୍ରର ଗୋଟିଏ ଦିନ ପୃଥିବୀର ୧୪ ଦିନ ସହ ସମାନ। ଏହି ଦୃଷ୍ଟିରୁ ଚନ୍ଦ୍ରରେ ରାତି ହେବାକୁ ଆଉ କିଛି ଦିନ ବାକି ରହିଛି।

ଚନ୍ଦ୍ରଯାନ-୩କୁ ଚନ୍ଦ୍ରର ଗୋଟିଏ ଦିନ ହିସାବରେ ଡିଜାଇନ କରାଯାଇଥିଲା। ମିଶନର ଅପରେସନାଲ ଡିରେକ୍ଟର ଏମ ଶ୍ରୀକାନ୍ତ କହିଛନ୍ତି, ବିକ୍ରମ ଓ ପ୍ରଜ୍ଞା ଅଦ୍ୟାବଧି ଆଶାନୁରୂପ ଫଳାଫଳ ଦେଇଛନ୍ତି। ଏଥିରୁ ସମ୍ଭାବନା ସୃଷ୍ଟି ହୋଇଛି ଯେ, ଚନ୍ଦ୍ରରେ ଲମ୍ବା ରାତି ପରେ ରୋଭର ଓ ପ୍ରଜ୍ଞା ପୁନର୍ବାର କାମ ଆରମ୍ଭ କରି ପାରନ୍ତି।

ସେ କହିଛନ୍ତି, ମିଶନରେ ଅଧିକ କ୍ଷମତାସଂପନ୍ନ ବ୍ୟାଟେରୀ ଲଗାଯାଇ ନାହିଁ। ଲ୍ୟାଣ୍ଡରର ବ୍ୟାଟେରୀ କ୍ଷମତା ୬୨.୫ ଏମ୍ପିୟର ହୋଇଥିବା ବେଳେ ରୋଭର ବ୍ୟାଟେରୀ ୧୦ ଏମ୍ପିୟର ରହିଛି। ଏହା ଚନ୍ଦ୍ର ପୃଷ୍ଠରେ ଗୋଟିଏ ଦିନର ମିଶନ ପୂରା କରିବାକୁ ପର୍ଯ୍ୟାପ୍ତ ଅଟେ। ଏହି ବ୍ୟାଟେରୀ ଛୋଟ ଛୋଟ ଗ୍ରହଣର ମୁକାବିଲା କରିବାକୁ ସକ୍ଷମ ଅଟେ।

୧୪ ଦିନର ରାତି ପରେ ସୂର୍ଯ୍ୟାଲୋକ ପଡ଼ିବ। ଏହାକୁ ଦୃଷ୍ଟିରେ ରଖି ଏକ ଅଟୋନୋମସ ଲୋଜିକ ଲ୍ୟାଣ୍ଡର ଓ ରୋଭରରେ ଲଗାଯାଇଛି। ଯଦି ରାତି ସଫଳତା ପୂର୍ବକ ଅତିକ୍ରାନ୍ତ ହୋଇଯାଏ ତେବେ ଲ୍ୟାଣ୍ଡର ଓ ରୋଭର ସୂର୍ଯ୍ୟ କିରଣ ପାଇ ପୁଣି ଥରେ କାମ ଆରମ୍ଭ କରି ପାରନ୍ତି। ତେଣୁ କୁହାଯାଇ ପାରିବ ଯେ, ୧୪ ଦିନ ପରେ ମିଶନ ମୁନ ସମାପ୍ତ ହେବ ନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ