Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସନାତନ ବିରୋଧୀ ବୟାନରେ ଖପ୍ପା ୨୬୪ ବିଶିଷ୍ଟ ବ୍ୟକ୍ତି ସିଜେଆଇଙ୍କୁ ଲେଖିଲେ ଚିଠି, ରଖିଲେ ଏହି ଦାବି

ନୂଆଦିଲ୍ଲୀ: ତାମିଲନାଡ଼ୁର ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ଉଦୟନାଥ ଷ୍ଟାଲିନ ସନାତନ ଧର୍ମ ଉପରେ ଦେଇଥିବା ବିବାଦୀୟ ବୟାନ ବଡ଼ ବିବାଦ ସୃଷ୍ଟି କରିଛି। ଦେଶରେ ଉଚ୍ଚ ପଦରେ ରହି ସାରିଥିବା ବିଶିଷ୍ଟ ବ୍ୟକ୍ତିମାନେ ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ଼ଙ୍କୁ ଚିଠି ଲେଖି ଉଦୟନିଧିଙ୍କ ଘୃଣିତ ବୟାନ ଉପରେ ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି। ସିଜେଆଇଙ୍କୁ ଲେଖା ଯାଇଥିବା ଚିଠିରେ ୨୬୪ ଜଣଙ୍କ ଦସ୍ତଖତ ରହିଛି। ଏଥିରେ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି, ପୂର୍ବତନ ପ୍ରଶାସନିକ ଅଧିକାରୀ, ପୂର୍ବତନ ରାଷ୍ଟ୍ରଦୂତ, ପୋଲିସ ଅଧିକାରୀ ଓ ଅନେକ ବିଶିଷ୍ଟ ବ୍ୟକ୍ତି ଅଛନ୍ତି।

ସିଜେଆଇଙ୍କୁ ଲେଖା ଯାଇଥିବା ଚିଠିରେ କୁହାଯାଇଛି ଯେ, ତାମିଲନାଡୁର ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ବୟାନରେ ସନାତନ ଧର୍ମରେ ଆସ୍ଥା ରଖୁଥିବା ଲୋକଙ୍କ ଭାବାବେଗକୁ ଆଘାତ ଲାଗିଛି। ଚିଠିରେ ଶାହିନ ଅବଦୁଲ୍ଲା ବନାମ ଭାରତ ସରକାରଙ୍କ କେସର ଉଲ୍ଲେଖ କରାଯାଇ କୁହାଯାଇଛି ଯେ, ସୁପ୍ରିମକୋର୍ଟ ଦେଶରେ ବଢୁଥିବା ଘୃଣିତ ବୟାନକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ସରକାର ଓ ପୋଲିସ ପ୍ରଶାସନ ବିନା ଆନୁଷ୍ଠାନିକ ଅଭିଯୋଗକୁ ଅପେକ୍ଷା ନ କରି ନିଜ ଆଡୁ ମାମଲା ରୁଜୁ କରିବାକୁ ଆଦେଶ ଦେଇଥିଲା। ସୁପ୍ରିମକୋର୍ଟ କହିଥିଲେ ଯେ, ଯଦି ଏହି ମାମଲାରେ ବିଳମ୍ବ ହୁଏ ତେବେ ସ୍ଥିତି ଗମ୍ଭୀର ହେବ। ତେଣୁ ଆପଣ ଘଟଣାରେ ହସ୍ତକ୍ଷେପ କରନ୍ତୁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ