ସୁବର୍ଣ୍ଣପୁର ଜିଲ୍ଲାରେ ଲକ୍ଷାଧିକ ଟଙ୍କାର ଜାଲନୋଟ ଜବତ ଘଟଣାରେ ଅଭିଯୁକ୍ତଙ୍କ ଘରେ ପୁଣି କ୍ରାଇମ ବ୍ରାଞ୍ଚ ଏସଟିଏଫ ଟିମର ଯାଞ୍ଚ ା


ସୁବର୍ଣ୍ଣପୁର-ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ମାଟିଖାଇ ନୂଆବସ୍ତିରୁ ଜାଲ ନୋଟ ଜବତ ଘଟଣା । ଅଭିଯୁକ୍ତଙ୍କ ଘରେ ଆଜି ପୁଣି କ୍ରାଇମ ବ୍ରାଞ୍ଚ ଏସଟିଏଫ ଟିମ ବିଭିନ୍ନ କାଗଜାତ ଯାଞ୍ଚ କରିଥିବା ଜଣାପଡିଛି । ସୂଚନା ଅନୁସାରେ ଆଜି କ୍ରାଇମବ୍ରାଞ୍ଚର ଡ଼ିଏସପି ଙ୍କ ନେତୃତ୍ୱରେ ଏକ ଟିମ ମାଟିଖାଇ ନୁଆବସ୍ତିରେ ପହଂଚି ଜାଲ ନୋଟ କାରବାରରେ ଗିରଫ ହୋଇଥିବା ଅଭିଯୁକ୍ତ ଦୀପକ ମେହେରଙ୍କ ଘରେ ବିଭିନ୍ନ କାଗଜାତ ଯାଞ୍ଚ କରି ଫେରିଥିବା ଜଣାପଡିଛି । ଯାଞ୍ଚ ସମୟରର ଆଧାରକାର୍ଡ଼, ଭୋଟରକାର୍ଡ଼, ଚେକ ବହି, ଏବଂ ମୋବାଇଲ ସମେତ ଅନ୍ୟାନ୍ୟ କାଗଜାତ ଜବତ କରିଥିବା ଜଣାପଡିଛି । କ୍ରାଇମ ବ୍ରାଞ୍ଚ ଏସଟିଏଫର ଯାଞ୍ଚ ସମୟରେ ଉଲୁଣ୍ଡା ଥାନାର ଏସଆଇ ସରୋଜ ପାଣିଗ୍ରାହୀ ଏବଂ ଏ ଏସ ଆଇ ସ୍ମିତା ଦାସ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି ତିନି ଦିନ ପୂର୍ବରୁ କ୍ରାଇମ ବ୍ରାଞ୍ଚ ଏସଟିଏଫ ଟିମ ୪୧ଲକ୍ଷ ୧୬ହଜାର ଟଙ୍କା ଜାଲ ନୋଟ ଜବତ କରିଥିଲା ।