Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଜି-୨୦ରେ ସାମିଲ୍ ହେଲା ଆଫ୍ରିକୀୟ ୟୁନିୟନ, ଏବେ ଜି-୨୧ରେ ନାମରେ ପରିଚିତ ହେବ ଏହି ସଂଗଠନ

ନୂଆଦିଲ୍ଲୀ: ଭାରତରେ ଜି-୨୦ ଶିଖର ସମ୍ମଳନୀ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନ ସହିତ ଉଦଘାଟନ ହୋଇ ଯାଇଛି। କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ସବକା ସାଥ, ସବକା ବିଶ୍ଵାସ, ସବକା ପ୍ରୟାସ ମନ୍ତ୍ର ଆମ ସମସ୍ତଙ୍କ ପଥ ପ୍ରଦର୍ଶକ ହେବ। ନିଜର ସମ୍ବୋଧନ ଆରମ୍ଭରେ ପିଏମ ମୋଦୀ ମରକ୍କୋରେ ଘଟିଥିବା ଭୂମିକମ୍ପରେ ହୋଇଥିବା ଜୀବନହାନୀ ଓ କ୍ଷୟକ୍ଷତି ପାଇଁ ଦୁଃଖିତ ଓ ପୀଡ଼ିତଙ୍କୁ ପ୍ରତି ଗଭୀର ସମବେଦନା ଜ୍ଞାପନ କରିଥିଲେ। ଏହା ପରେ ଭାରତ ଏହି ସମ୍ମିଳନୀରେ ଉପସ୍ଥିତ ଦୁନିଆର ସମସ୍ତ ରାଷ୍ଟ୍ରାଧ୍ୟକ୍ଷଙ୍କ ସ୍ଵାଗତ କରିଥିଲେ।

ଜି-୨୦ ସମ୍ମିଳନୀରେ ବଡ଼ ପରିବର୍ତ୍ତନ ହୋଇଛି। ଏଥିରେ ସାମିଲ୍ ହୋଇଛି ଆଫ୍ରିକୀୟ ୟୁନିୟନ। ଜି-୨୦ ଏବେ ଜି-୨୧ ନାମରେ ପରିଚିତ ହେବ। ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଭାରତ ଆଫ୍ରିକୀୟ ୟୁନିୟନକୁ ଜି-୨୦ରେ ସାମିଲ୍ କରାଯିବାର ପ୍ରସ୍ତାବ ଦେଉଛି। ଆମେ ବିଶ୍ଵାସ କରୁଛୁ ଯେ, ଏହି ପ୍ରସ୍ତାବରେ ପ୍ରତ୍ୟେକ ଦେଶ ସହମତି ପ୍ରକାଶ କରିବେ। ମୁଁ ଆଫ୍ରିକାର ରାଷ୍ଟ୍ରପତିଙ୍କ ସ୍ଥାୟୀ ସଦସ୍ୟ ଭାବେ ନିଜର ସ୍ଥାନ ଗ୍ରହଣ କରିବାକୁ ଆମନ୍ତ୍ରିତ କରୁଛି। ଏହା ସହିତ ଜି ୨୦ ଏବେ ଜି ୨୧ ନାମରେ ପରିଚିତ ହେବ।

ସମ୍ମିଳନୀକୁ ସମ୍ବୋଧିତ କରି ପିଏମ ମୋଦୀ କହିଛନ୍ତି, ଏଠାରୁ କିଛି କିଲୋମିଟର ଦୂରରେ ପାଖାପାଖି ଅଢେଇ ହଜାର ବର୍ଷ ପୁରୁଣା ଏକ ସ୍ତମ୍ଭ ଲାଗିଛି, ଯାହା ଉପରେ ପ୍ରାକୃତ ଭାଷାରେ ଲେଖା ହୋଇଛି ହେବଂ ଲୋକେଶ: ହିତ ମୁଖୋତି, ଅଥ: ଇୟଂ ନାତେଶୁ ହେବଂ ଅର୍ଥାତ ମାନବତାର ହିତ ଓ ଏହାର କଲ୍ୟାଣ ସୁନିଶ୍ଚିତ ହେଉ। ଅଢେଇ ହଜାର ବର୍ଷ ପୂର୍ବେ ଭାରତ ଏହି ଭୂମିରୁ ଏହି ସନ୍ଦେଶ ସମଗ୍ର ଦୁନିଆକୁ ଦେଇଥିଲା। ଏକବିଂଶ ଶତାବ୍ଦୀରେ ଏହି ସମୟ ପୂରା ଦୁନିଆକୁ ନୂତନ ଦିଗ ଦେବ।ଏହା ହେଉଛି ସେହି ସମୟ ଯେଉଁଠି ପୁରୁଣା ଆହ୍ଵାନ ଏବଂ ସମସ୍ୟାର ସମାଧାନ ଦାବି କରୁଛି।

ମୋଦୀ କହିଛନ୍ତି, କୋଭିଡ୍ ୧୯ ପରେ ବିଶ୍ଵରେ ବହୁତ ବଡ଼ ସଙ୍କଟ ବିଶ୍ଵାସ ଅଭାବ କାରଣରୁ ଉପୁଜିଛି। ଯୁଦ୍ଧ ହିଁ ଏହି ଅବିଶ୍ଵାସକୁ ଆହୁରି ଗଭୀର କରି ଦେଇଛି। ଯଦି ଆମେ କୋଭିଡକୁ ହରାଇ ପାରୁଛେ ତେବେ ପାରସ୍ପରିକ ବିଶ୍ଵାସ ରୂପେ ଆସିଥିବା ସଙ୍କଟକୁ ମଧ୍ୟ ହରାଇ ପାରିବା। ଆମେ ସମସ୍ତେ ମିଶି ଗ୍ଲୋବାଲ ଟ୍ରଷ୍ଟ ଡେଫିସିଟକୁ ଏକ ବିଶ୍ଵାସ ଓ ଏକ ଭରସାରେ ରୂପାନ୍ତରିତ କରିବା। ଏହା ସମସ୍ତଙ୍କୁ ଏକାଠି ମିଶି ଚାଲିବାର ସମୟ। ସବକା ସାଥ, ସବକା ବିଶ୍ଵାସ, ସବକା ପ୍ରୟାସ ମନ୍ତ୍ର ଆମ ସମସ୍ତଙ୍କ ପଥ ପ୍ରଦର୍ଶକ ହେବ।