କଳାହାଣ୍ଡି,୦୯/୦୯-କଳାହାଣ୍ଡି ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ସମସ୍ତ ବିଚାର ବିଭାଗୀୟ ଅଦାଲତଗୁଡିକରେ ୨୦୨୩ ବର୍ଷର ତ୍ରୁତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆଜି ସଫଳତାର ସହିତ ଶେଷ ହୋଇଯାଇଛି । ଜିଲ୍ଲା ଓ ଦୌରାଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଦୀପ୍ତି ରଞ୍ଜନ କାନୁନ୍ଗୋ, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶୁଭଗୌତମ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ବିଭିନ୍ନ ଅଦାଲତରେ ୨୪ଟି ମୋଟର ଦୁର୍ଘଟଣା ଜନିତ ମାମଲାର ଫଇସଲା କରାଯାଇ କ୍ଷତିପୂରଣ ବାବଦକୁ ୧ କୋଟି ୫୯ ଲକ୍ଷ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ସେହିପରି ୨୩ ଟି ଦେୱାନୀ ମକଦ୍ଦମା ଫଇସଲା କରାଯାଇ ୭୪ ହଜାର ୬୮୪ ଟଙ୍କା ଆଦାୟ କରାଯାଇଥିଲା ! ବିଚାର ଯୋଗ୍ୟ ୨୩୨ଟି ଫୌଜଦାରି ମକଦ୍ଦମା ଫଇସଲା କରାଯାଇଥିଲା ଏବଂ NI Act Cases (ଦଫା-୧୩୮) ୧୦ଗୋଟି ମକଦ୍ଦମା ଫଇସଲା କରାଯାଇ ୧୭ ଲକ୍ଷ ୬୧ ହଜାର ୩୪୦ ଟଙ୍କା ଆଦାୟ କରାଯାଇଥିଲା । ବିବାହ ଜନିତ ୮ ଗୋଟି ମକଦ୍ଦମା ଫଇସଲା କରାଯାଇଥିଲା । ୩୯୫ଟି ରାଜ୍ୟ ମକଦ୍ଦମା ଫଇସଲା କରାଯାଇ ୩ ଲକ୍ଷ ୩୧ ହଜାର ୯୬୪ ଟଙ୍କା ଆଦାୟ କରାଯାଇଥିଲା ! ସେହିପରି ୨୫୧ଟି ପ୍ରାକ୍ ମକଦ୍ଦମା ସମ୍ବନ୍ଧୀୟ ମାମଲାର ଫଇସଲା କରାଯାଇ ୭୪ ଲକ୍ଷ ୮୯ ହଜାର ୫୪୭ ଟଙ୍କା ଆଦାୟ କରାଯାଇଥିଲା। ଏହି ଲୋକ ଅଦାଲତରେ ପରିବାର ଅଦାଲତ ବିଚାରପତି ଲଳିତ କୁମାର ଦାସ, ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ, ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଶୁଭ ଗୌତମ ମିଶ୍ର, ସିନିୟର ସିଭିଲ ଜଜ୍ ସମାପିକା ମହାନ୍ତି, ସିନିୟର ସିଭିଲ ଜଜ୍ ରଶ୍ମୀରେଖା ପାତ୍ର, ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପି.ସୀତାଲକ୍ଷ୍ମୀ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସୁମିତ୍ରା ବିଶ୍ଵାଳ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ଅଦାଲତ ପରିଚାଳନା କରିଥିଲେ ।