୧୨ ଦଫା ଦାବିରେ କଳାବ୍ୟାଜ ପିନ୍ଧିଲେ କେସିଙ୍ଗା ନର୍ସିଂ ସଙ୍ଘର କର୍ମକର୍ତ୍ତା : ଦାବି ପୂରଣ ନହେଲେ ୧୭ରୁ ଇଞ୍ଜେକ୍ସନ ବନ୍ଦ ଆନ୍ଦୋଳନ


କଳାହାଣ୍ଡି,୦୯/୦୯- ୧୨ ଦଫା ଦାବି ପୂରଣକୁ ନେଇ କଳାବ୍ୟାଜ ପିନ୍ଧି ପ୍ରତିବାଦ କରିବା ସହିତ ଆନ୍ଦୋଳନକୁ ଓହ୍ଲାଇଛନ୍ତି କଳାହାଣ୍ଡି ଜିଲ୍ଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ନର୍ସିଂ ସଙ୍ଘର କର୍ମକର୍ତ୍ତା ! ପୂର୍ବରୁ ନିଜର ଦାବି ପୂରଣ ନେଇ ସେମାନେ ରାଜ୍ୟ ସରକାରଙ୍କ ନିକଟରେ ଅଭିଯୋଗ କରିଥିଲେ। ହେଲେ ସମସ୍ୟାର ସମାଧାନ ଆଜି ପର୍ଯ୍ୟନ୍ତ ହୋଇନାହିଁ। ଫଳରେ ଆଜି କଳାବ୍ୟାଜ୍ ପିନ୍ଧି ସେମାନେ ଆନ୍ଦୋଳନକୁ ଓହ୍ଲାଇଥିବା ଜଣାପଡ଼ିଛି ! ଏପରିକି ରାଜ୍ୟ ସରକାର ନର୍ସମାନଙ୍କ ୧୨ଦଫା ଦାବି ପୂରଣ ନ କଲେ ଆସନ୍ତା ୧୭ ତାରିଖରୁ ରୋଗୀଙ୍କୁ ଇଞ୍ଜେକସନ୍ ଦେବା ବନ୍ଦ କରାଯିବ ବୋଲି କେସିଙ୍ଗା ନର୍ସିଂ ସଙ୍ଘ ପକ୍ଷରୁ ସରକାରଙ୍କୁ ଚେତାବନୀ ଦିଆଯାଇଛି।