କଳାହାଣ୍ଡି,୦୯/୦୯-ଭୁବନେଶ୍ବରସ୍ଥିତ ରେଳ ସଦନଠାରେ ଦଶମ ଜୋନାଲ ରେଳ ବ୍ୟବହାରକାରୀ ପରାମର୍ଶଦାତା କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି ! ଏଥିରେ ରାଜ୍ୟସଭା ସାଂସଦ ସୁଜିତ କୁମାର ଯୋଗଦେଇ କଳାହାଣ୍ଡି, ନୂଆପଡ଼଼ା, ନବରଙ୍ଗପୁର ସମେତ କେବିକେ ଅଞ୍ଚଳର ବିଭିନ୍ନ ରେଳ ସମସ୍ୟା ଉତଥାପନ କରିବା ସହିତ ସେଗୁଡ଼ିକର ସମାଧାନ ପାଇଁ କମିଟିର ଦ୍ରୁଷ୍ଟି ଆକର୍ଷଣ କରିଥିଲେ ! ସୂଚନାଯୋଗ୍ୟ, ବର୍ତ୍ତମାନ ମଧ୍ୟ କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ପର୍ଯ୍ୟନ୍ତ ରେଳ ସଂଯୋଗ ହୋଇଥିବାବେଳେ ଜିଲ୍ଲାର ଧର୍ମଗଡ଼ ସମେତ ନବରଙ୍ଗପୁର ଆଦି ଅଞ୍ଚଳ ରେଳପଥ ସଂଯୋଗ ହୋଇପାରିନାହିଁ ! ଏହାକୁ ନେଇ ବିଭିନ୍ନ ସମୟରେ ଦାବି ଉଠୁଥିବାବେଳେ ଏ ସଂପର୍କରେ ରାଜ୍ୟସଭା ସାଂସଦ ସଠିକ୍ ଦାବି ଉପସ୍ଥାପନ କରିଛନ୍ତି ବୋଲି କୁହାଯାଉଛି !