Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମୟ ସହିତ ପରିବର୍ତ୍ତନ ଜରୁରୀ, ଜି-୨୦ ସମ୍ମିଳନୀର ଶେଷ ଦିନରେ ପିଏମ ମୋଦୀଙ୍କ ବଡ଼ ବୟାନ

ନୂଆଦିଲ୍ଲୀ: ଜି-୨୦ ଶିଖର ସମ୍ମିଳନୀର ଦ୍ଵିତୀୟ ତଥା ଅନ୍ତିମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଡ଼ ବୟାନ ଦେଇ କହିଛନ୍ତି, ଆଜିର ସମୟ ପରିବର୍ତ୍ତନ ଚାହୁଁଛି। ସମୟ ସହିତ ପରିବର୍ତ୍ତନ ନ ଆସିଲେ ସବୁ ପ୍ରାସଙ୍ଗକିତା ହରାଇ ଦେବା। ସେ କହିଛନ୍ତି, ବିଶ୍ଵକୁ ଏକ ଉତ୍ତମ ଭବିଷ୍ୟତ ଆଡ଼କୁ ନେଇ ଯିବା ପାଇଁ ଏହା ଜରୁରୀ ଯେ, ବୈଶ୍ଵିକ ବ୍ୟବସ୍ଥା ବର୍ତ୍ତମାନର ବାସ୍ତବିକ ଅନୁଯାୟୀ ହେଉ। ଆଜି ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଏହାର ଏକ ବଡ଼ ଉଦାହରଣ।

ପିଏମ ମୋଦୀ କହିଛନ୍ତି, ଯେବେ ୟୁଏନର ସ୍ଥାପନା ହୋଇଥିଲା ସେ ସମୟ ଏବଂ ଆଜିର ସମୟରେ ସଂପୂର୍ଣ୍ଣ ପରିବର୍ତ୍ତନ ଆସିଛି। ଉକ୍ତ ସମୟରେ ୟୁଏନରେ ୫୧ ଜଣ ସଂସ୍ଥାପକ ସଦସ୍ୟ ଥିଲେ। ଆଜି ଦେଶ ସଂଖ୍ୟା ପାଖାପାଖି ୨୦୦ରେ ପହଞ୍ଚିଛି। ଏହା ସତ୍ତ୍ଵେ ୟୁଏନଏସସିରେ ସ୍ଥାୟୀ ସଦସ୍ୟଙ୍କ ସଂଖ୍ୟା ଆଜି ମଧ୍ୟ ସେତିକି ଅଛି। ସେ ସମୟଠୁ ନେଇ ଆଜି ଯାଏ ଦୁନିଆ ପ୍ରତ୍ୟେକ ଦୃଷ୍ଟିରୁ ବଦଳି ସାରିଛି। ଗମନାଗମନ ହେଉ, ଯୋଗାଯୋଗ ହେଉ, ସ୍ଵାସ୍ଥ୍ୟ, ଶିକ୍ଷା, ପ୍ରତ୍ୟେକ କ୍ଷେତ୍ରରେ କାୟାକଳ୍ପ ହୋଇ ସାରିଛି। ଏହି ନୂତନ ବାସ୍ତବିକତା ଆମର ନୂତନ ଗ୍ଲୋବାଲ ଭିତ୍ତିଭୂମିରେ ପ୍ରତିଫଳନ ହେବା ଉଚିତ୍।

ପିଏମ ମୋଦୀ ପରିବର୍ତ୍ତନ ଉପରେ ଜୋର ଦେଇ କହିଛନ୍ତି, ଏହା ପ୍ରକୃତିର ନିୟମ ଯେଉଁ ବ୍ୟକ୍ତି ଓ ସଂସ୍ଥା ସମୟ ସହିତ ନିଜକୁ ପରିବର୍ତ୍ତନ ନ କରେ ସେ ନିଜର ପ୍ରାସଙ୍ଗକିତା ହରାଇ ଦିଅନ୍ତି। ଆମକୁ ଖୋଲା ମନରେ ବିଚାର କରିବାକୁ ପଡ଼ିବ ଯେ, ଏମିତି କେଉଁ କାରଣ ଯୋଗୁଁ ବିଗତ ବର୍ଷ ମାନଙ୍କରେ ଅନେକ ଆଞ୍ଚଳିକ ସଂଗଠନ ଅସ୍ଥିତ୍ଵକୁ ଆସିଛି। ଆଉ ସେମାନେ ପ୍ରଭାବଶାଳୀ ମଧ୍ୟ ହେଉଛନ୍ତି। ଏହି ଚିନ୍ତାଧାରା ସହ ଆମେ ଗତକାଲି ଆଫ୍ରିକୀୟ ୟୁନିୟନକୁ ଜି-୨୦ର ସ୍ଥାୟୀ ସଦସ୍ୟ ଭାବେ ଐତିହାସିକ ପଦକ୍ଷେପ ନିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ