Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମଣିପୁରରେ ପୁଣି ହିଂସା, କୁକି ସମୁଦାୟର ୩ ଜଣଙ୍କୁ ଗୁଳି କରି ହତ୍ୟା, ସର୍ଚ୍ଚ ଅପରେସନ ଜାରି

ଇମ୍ଫାଲ: ପୂର୍ବୋତର ରାଜ୍ୟ ମଣିପୁରରେ ପୁଣି ଥରେ ହିଂସା ଚେଇଁ ଉଠିଛି। ରାଜ୍ୟର କାଙ୍ଗପୋପକି ଜିଲ୍ଲାରେ ମଙ୍ଗଳବାର ସକାଳେ ଉଗ୍ରବାଦୀ ଗୋଷ୍ଠୀ କୁକି ଜନଜାତିର ତିନି ଜଣଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏହି ହତ୍ୟା ଘଟଣାରେ ପୁଣି ଥରେ ମଣିପୁରରେ ଉତ୍ତେଜନା ଦେଖା ଦେଇଛି। ରାଜ୍ୟରେ ଏବେ ବି ବହୁ ସଂଖ୍ୟାରେ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବଳ ମୁତୟନ ଅଛନ୍ତି।

ଅଧିକାରୀଙ୍କ ଅନୁଯାୟୀ, ଆକ୍ରମଣକାରୀ ଏକ ଗାଡ଼ିରେ ଆସି ଇମ୍ଫାଲର ପଶ୍ଚିମ କାଙ୍ଗପୋପକି ଜିଲ୍ଲାରେ ସୀମାବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ଇରେଙ୍ଗ ଓ କରମ ମଝିରେ ଗାଁ ଲୋକଙ୍କୁ ଆକ୍ରମଣ କରିଛନ୍ତି। ଏହି ଘଟଣା ଆଜି ସକାଳ ପ୍ରାୟ ୭ଟାରେ ଘଟିଛି। ଏହି ଗାଁ ପାହାଡ଼ିଆ ଅଞ୍ଚଳରେ ରହିଛି ଏବଂ ଏଠାରେ ବହୁଳ ମାତ୍ରାରେ ଜନଜାତି ଲୋକ ବସବାସ କରନ୍ତି।

ଘଟଣାର ସୂଚନା ମିଳିବାମାତ୍ରେ ଆସାମ ରାଇଫଲ୍ସ ଓ ରାଜ୍ୟ ପୋଲିସର ଯବାନ ଘଟଣାସ୍ଥଳରେ ପହଞ୍ଚିଥିଲେ। ଯବାନଙ୍କୁ ଦେଖି ଉଗ୍ରବାଦୀ ଗୋଷ୍ଠୀ ଫେରାର ମାରିଥିଲେ। ବର୍ତ୍ତମାନ ଆଖପାଖ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଜାରି ରହିଛି। ଉଲ୍ଲେଖନୀୟ ମେ ୩ରୁ ମଣିପୁରରେ ସଂଖ୍ୟାବହୁଳ ମେତେଇ ଓ କୁକି ଜନଜାତି ମଧ୍ୟରେ ଲଗାତାର ହିଂସା ଘଟି ଚାଲିଛି। ଏ ପର୍ଯ୍ୟନ୍ତ ହିଂସାକାଣ୍ଡରେ ୧୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟି ସାରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ