Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

୭୩ତମ ବର୍ଷରେ ପଦାର୍ପଣ କଲେ ପିଏମ ମୋଦୀ, ଛୁଟୁଛି ଶୁଭେଚ୍ଛାର ସୂଅ, କେଜରିଓ୍ଵାଲ ଏମିତି ଦେଲେ ଶୁଭକାମନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଜି ୭୩ତମ ଜନ୍ମଦିନ। ଏହି ସମୟକୁ ସ୍ମରଣୀୟ କରିବା ପାଇଁ ଆଜି ଅନେକ ଯୋଜନାର ଶୁଭାରମ୍ଭ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ମୋଦୀ ଆଜି ଦିଲ୍ଲୀର ଦ୍ଵାରକାରେ ନୂତନ କନଭେନସନ ସେଣ୍ଟର ଯୋଶଭୂମିର ଉଦଘାଟନ କରିବେ। ଜନ୍ମଦିନ ଅବସରରେ ମୋଦୀଙ୍କ ନିକଟକୁ ଶୁଭେଚ୍ଛାର ସୂଅ ଛୁଟିବାରେ ଲାଗିଛି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପିଏମ ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଏକ୍ସରେ ଲେଖିଛନ୍ତି, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜନ୍ମଦିନରେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା। ମୋର ଶୁଭକାମନା ନିଜର ଦୂରଗାମୀ ଦୃଷ୍ଟି ତଥା ସୁଦୃଢ ନେତୃତ୍ଵରେ ଆପଣ ଅମୃତକାଳରେ ଭାରତ ସାମଗ୍ରିକ ବିକାଶର ମାର୍ଗ ପ୍ରଶସ୍ତ କରିବେ। ମୋର ଈଶ୍ଵରଙ୍କୁ ପ୍ରାର୍ଥନା ଯେ, ଆପଣ ସବୁଦିନେ ସୁସ୍ଥ ଓ ଆନନ୍ଦରେ ରୁହନ୍ତୁ ଏବଂ ଦେଶବାସୀଙ୍କୁ ନିଜର ଅପ୍ରତୀମ ନେତୃତ୍ଵରେ ଲାଭାନ୍ଵିତ କରୁଥାନ୍ତୁ। ଦିଲ୍ଲୀର ମୁଖ୍ୟମନ୍ତ୍ରୀ

ଅରବିନ୍ଦ କେଜରିଓ୍ଵାଲ ମଧ୍ୟ ଟୁଇଟ୍ କରି ମୋଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଗୃହମନ୍ତ୍ରୀ ଅମିତ୍ ଶାହ ଓ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। କେଜରିଓ୍ଵାଲ ଲେଖିଛନ୍ତି, ଆଦରଣୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜନ୍ମଦିନର ଅଭିନନ୍ଦନ। ଈଶ୍ଵରଙ୍କୁ ପ୍ରାର୍ଥନା ଆପଣ ସୁସ୍ଥ ରୁହନ୍ତୁ ଓ ଦୀର୍ଘାୟୁ ହୁଅନ୍ତୁ। କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ପିଏମ ମୋଦୀଙ୍କୁ ଶୁଭେଚ୍ଛା ଜଣାଇ ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜନ୍ମଦିନର ଶୁଭକାମନା। ଏହିପରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପିଏମ ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।