Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାରତର କଠୋର କାର୍ଯ୍ୟାନୁଷ୍ଠାନ, କାନାଡ଼ା ରାଷ୍ଟ୍ରଦୂତକୁ କଲା ନିଷ୍କାସିତ, ୫ ଦିନରେ ଦେଶ ଛାଡ଼ିବାକୁ ଆଦେଶ

ନୂଆଦିଲ୍ଲୀ: ଖାଲିସ୍ତାନ ମାମଲାରେ କାନାଡ଼ା ଓ ଭାରତ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି। କାନାଡା ଜଣେ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଦେଶରୁ ବାହାରି ଯିବାକୁ ଆଦେଶ ଦେବା ପରେ ଏହାର ଜବାବରେ ଭାରତ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ନେଇଛି। ବୈଦେଶିକ ମନ୍ତ୍ରଣାଳୟ କାନାଡାର ରାଷ୍ଟ୍ରଦୂତଙ୍କୁ ତଲବ କରିବା ସହିତ ଜଣେ ବରିଷ୍ଠ ରାଷ୍ଟ୍ରଦୂତଙ୍କୁ ଦେଶ ଛାଡ଼ିବାକୁ ଆଦେଶ ଦେଇଛି।

ସୂଚନା ଅନୁଯାୟୀ, କାନାଡାର ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରର ହତ୍ୟା ଅଭିଯୋଗ ଭାରତ ଉପରେ ଲଗାଇ ଜଣେ ଉଚ୍ଚସ୍ତରୀୟ ଭାରତୀୟ ରାଷ୍ଟ୍ରଦୂତକୁ ଦେଶ ଛାଡ଼ିବାକୁ ଆଦେଶ ଦେଇଛନ୍ତି ଟ୍ରୁଡୋ ସରକାର। ଅନ୍ୟପଟେ ଭାରତ ମଧ୍ୟ ଇଟାର ଜବାବ ପଥରରେ ଦେଇ କିଛି ଘଣ୍ଟାରେ ଜଣେ ବରିଷ୍ଠ କାନାଡା ରାଷ୍ଟ୍ରଦୂତଙ୍କୁ ଦେଶ ଛାଡ଼ିବାକୁ ଆଦେଶ ଦେଇଛି। ବୈଦେଶିକ ମନ୍ତ୍ରଣାଳୟ ତରଫରୁ ବିବୃତି ଜାରି କରି ଏହାର ସୂଚନା ଦିଆଯାଇଛି। କାନାଡ଼ା ରାଷ୍ଟ୍ରଦୂତଙ୍କୁ ୫ ଦିନ ଭିତରେ ଭାରତ ଛାଡ଼ିବାକୁ ଆଦେଶ ଦିଆଯାଇଛି।

ସୂଚନାଯୋଗ୍ୟ, କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ମଙ୍ଗଳବାର କାନାଡ଼ା ସଂସଦକୁ ସମ୍ବୋଧିତ କରି କହିଛନ୍ତି ଶିଖ ନେତା ହରଦୀପ ସିଂ ନିଜ୍ଜରଙ୍କ ହତ୍ୟାରେ ଭାରତୀୟ ଏଜେଣ୍ଟସଙ୍କ ହାତ ଥାଇପାରେ। ଏହିପରି ସେ ସିଧାସଳଖ ଭାରତ ଉପରେ ଅଭିଯୋଗ ଲଗାଇଛନ୍ତି। କେବଳ ଏତିକି ନୁହେଁ କାନାଡ଼ାର ବୈଦେଶିକ ମନ୍ତ୍ରୀ ମଧ୍ୟ ଏହି କଥା ଦୋହରାଇଛନ୍ତି। ଏହା ପରେ ଭାରତ ବୟାନ ଜାରି କରି କାନାଡ଼ାର ଅଭିଯୋଗକୁ ସଂପୂର୍ଣ୍ଣ ଖଣ୍ଡନ କରିଛି। ଭାରତ କହିଛି କାନାଡାର ହତ୍ୟା ଅଭିଯୋଗ ଭିତ୍ତିହୀନ ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ