Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ୟୁଏନରେ କାଶ୍ମୀର ପ୍ରସଙ୍ଗ ଉଠାଇଲା ତୁର୍କୀ, ପୁଣି UNSCରେ ଭାରତର ସ୍ଥାୟୀ ସଦସ୍ୟତାକୁ କଲା ସମର୍ଥନ

ନୂଆଦିଲ୍ଲୀ: ଜି-୨୦ ସମ୍ମିଳନୀରେ ଭାରତ ସହିତ ନଜର ଆସିଥିବା ତୁର୍କୀ ପୁଣି ଥରେ ନିଜର ପୁରୁଣା ରଙ୍ଗ ଦେଖାଇଛି। ମିଳିତ ଜାତିସଂଘ ମହାସଭାର ୭୮ତମ ଅଧିବେଶନ ସମୟରେ ତୁର୍କୀ ରାଷ୍ଟ୍ରପତି ରେସେପ ତୈୟପ ଏର୍ଦୋଗାନ କହିଛନ୍ତି, ଦକ୍ଷିଣ ଏସିଆରେ ସ୍ଥିରତା ଓ ବିକାଶ ପାଇଁ କାଶ୍ମୀରରେ ନ୍ୟାୟପୂର୍ଣ୍ଣ ଢଙ୍ଗରେ ଶାନ୍ତି ସ୍ଥାପନ କରିବା ଜରୁରୀ। ଏହା ଭାରତ ଓ ପାକିସ୍ତାନ ମଧ୍ୟରେ ଅଲୋଚନାରେ ସମ୍ଭବ। ଉଲ୍ଲେଖନୀୟ ତୁର୍କୀ ପୂର୍ବରୁ ମଧ୍ୟ ପାକିସ୍ତାନ ମୋହ ଦେଖାଇ ଆସିଛି ଏବଂ ଭାରତ ପକ୍ଷରୁ ପ୍ରତିଥର ଜବାବ ଦିଆଯାଇଛି ଯେ, ଭାରତର ଆଭ୍ୟନ୍ତରୀଣ ମାମଲାରେ ଟିପ୍ପଣୀ କରିବାର କୌଣସି ଆବଶ୍ୟକତା ନାହିଁ।

ଏର୍ଦୋଗାନ କହିଛନ୍ତି, କାଶ୍ମୀରରେ ଶାନ୍ତି ସ୍ଥାପିତ କରିବା ପାଇଁ ଯାହା ବି ପଦକ୍ଷେପ ଉଠାଯିବ ଆମେ ତାର ସମର୍ଥନ କରିବୁ। କାଶ୍ମୀର ପ୍ରସଙ୍ଗରେ ଟିପ୍ପଣୀ କରିବା ପରେ ଏର୍ଦୋଗାନ ଏହା ମଧ୍ୟ କହିଛନ୍ତି, ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ଭାରତକୁ ଯଦି ସ୍ଥାୟୀ ସଦସ୍ୟତା ଦେବା ଉପରେ ବିଚାର କରାଯାଏ ତେବେ ତୁର୍କୀ ଏହାର ସମର୍ଥନ କରିବ। ଏର୍ଦୋଗାନ କହିଛନ୍ତି, ୟୁଏନଏସସିରେ ଭାରତର ଭୂମିକା ଗୁରୁତ୍ଵପୂର୍ଣ୍ଣ ଏବଂ ଏହା ଗର୍ବର କଥା।

ସୂଚନାଯୋଗ୍ୟ, ତୁର୍କୀର କହିବା କଥା କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଘାଟିର ମାହୋଲ ଖରାପ ହୋଇଛି। କାଶ୍ମୀରରେ ୮୦ ଲକ୍ଷରୁ ଅଧିକ ଲୋକ ବନ୍ଦୀ ହିସାବରେ ବଞ୍ଚୁଛନ୍ତି। ସେମାନଙ୍କୁ ବାହାରକୁ ଯିବାକୁ ଅନୁମତି ଦିଆଯାଉ ନାହିଁ। ତୁର୍କୀ ଭାରତ ବିରୋଧରେ ଯାଇ ୟୁଏନଜିଏରେ କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ସହିତ ଭୋଟ୍ କରିଥିଲା।

ଉଲ୍ଲେଖନୀୟ ଜି-୨୦ ସମ୍ମିଳନୀରେ ଏର୍ଦୋଗାନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଦ୍ଵିପାକ୍ଷିକ ଆଲୋଚନା ହୋଇଛି। ଏହି ସମୟରେ କାରବାର ଓ ଅନ୍ୟ ସହଯୋଗ ଉପରେ ଦୁଇ ରାଷ୍ଟ୍ରାଧ୍ୟକ୍ଷ ମଧ୍ୟରେ ଆଲୋଚନା ହୋଇଥିଲା। ଏର୍ଦୋଗାନ ଭାରତର ପ୍ରଶଂସା ମଧ୍ୟ କରିଥିଲେ। ସେ ୟୁଏନଏସସିରେ ଭାରତର ସ୍ଥାୟୀ ସଦସ୍ୟତାର ସମର୍ଥନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ