Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ଚନ୍ଦ୍ରଯାନ-୩ ପାଇଁ ବହୁତ ଖାସ୍ ଦିନ, ରୋଭର ଓ ବିକ୍ରମକୁ ନିଦରୁ ଉଠାଇବ ଇସ୍ରୋ

ନୂଆଦିଲ୍ଲୀ: ଆଜି ଚନ୍ଦ୍ରଯାନ-୩ ପାଇଁ ବହୁତ ଖାସ୍ ଦିନ। ଚନ୍ଦ୍ର ପୃଷ୍ଠରେ ୧୫ ଦିନର ଲମ୍ବା ରାତି ଅତିକ୍ରାନ୍ତ ପରେ ଆଜି ପ୍ରଜ୍ଞା ରୋଭର ଓ ବିକ୍ରମ ଲ୍ୟାଣ୍ଡରକୁ ସକ୍ରିୟ କରାଯିବ। କାରଣ ଆସନ୍ତାକାଲିଠୁ ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ଚନ୍ଦ୍ରରେ ଦିନ ରହିବ। ଇସ୍ରୋର ବୈଜ୍ଞାନିକ ରୋଭର ଓ ବିକ୍ରମକୁ ସକ୍ରିୟ କରିବା ପାଇଁ ପୂରା ପ୍ରସ୍ତୁତି କରି ସାରିଛନ୍ତି।

ଇସ୍ରୋ ବୈଜ୍ଞାନିକ କହିଛନ୍ତି, ଗୁରୁବାର ଓ ଶୁକ୍ରବାର ମୋଡ୍ୟୁଲକୁ ରିବୁଟ୍ କରିବାର ପ୍ରୟାସ କରାଯିବ। କାରଣ ସୂର୍ଯ୍ୟ କିରଣରେ ଉଭୟଙ୍କ ବ୍ୟାଟେରୀ ଫୁଲ୍ ଚାର୍ଜ ରହିଛି। ଏଥିପାଇଁ ଇସ୍ରୋ ଆଶା କରୁଛି ଯେ, ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ରୋଭର ଓ ବିକ୍ରମ ପୁଣି ଥରେ ଚନ୍ଦ୍ର ପୃଷ୍ଠର ଆହୁରି ରହସ୍ୟମୟ ତଥ୍ୟ ଦେଇ ଚାଲିବେ। ଏହା ପୂର୍ବରୁ ୧୪ ଦିନର ପ୍ରଥମ ମିଶନରେ ରୋଭର ଚନ୍ଦ୍ରରେ ସଲଫର ସମେତ ଅନେକ ତତ୍ଵର ତଥ୍ୟ ପ୍ରଦାନ କରିଥିଲା।

ଇସ୍ରୋ ଦଳ ଆଶା କରିଛନ୍ତି ଯେ, ଶୁକ୍ରବାର ଶିବଶକ୍ତି ପଏଣ୍ଟରେ ସୂର୍ଯ୍ୟକିରଣ ପଡ଼ିବ, ଯେଉଁଠି ଲ୍ୟାଣ୍ଡର ଓ ରୋଭର ରହିଛନ୍ତି। ଇସ୍ରୋ ଅଧ୍ୟକ୍ଷ ଏସ ସୋମନାଥ କହିଛନ୍ତି, ଯେମିତି ସୂର୍ଯ୍ୟୋଦୟ ହେବ ଉପକରଣ ପୁଣି ଥରେ ସକ୍ରିୟ ହୋଇ ଉଠିବ। ସୋମନାଥ ଏହା ମଧ୍ୟ କହିଛନ୍ତି ଆମେ କେବଳ ସେପ୍ଟେମ୍ବର ୨୨ରେ ରୋଭର ଓ ଲ୍ୟାଣ୍ଡରକୁ ପୁନର୍ଜିବିତ ଦେଖିବାକୁ ଆଶା କରି ପାରିବା। ଦୁଇ ଦିନର ସମୟ ଏଥିପାଇଁ ରଖାଯାଇଛି ଯଦ୍ଵାରା ଆଗୁଆ ପ୍ରସ୍ତୁତି କରାଯାଇ ପାରିବ।
ଚନ୍ଦ୍ର ପୃଷ୍ଠରେ ସୂର୍ଯ୍ୟାସ୍ତ ପରେ ତାପମାତ୍ରା ବିଯୁକ୍ତ ୨୦୦ ଡିଗ୍ରୀକୁ ଖସିଯାଏ। ଏଥିପାଇଁ ଏମିତି ସ୍ଥିତିରେ ରୋଭର ଓ ବିକ୍ରମ ପାଇଁ ଚନ୍ଦ୍ର ପୃଷ୍ଠରେ କାମ କରିବା ମୁସ୍କିଲ ହୋଇଥାଏ। ଏତେ କମ ତାପମାତ୍ରାରେ ମେସିନ ଖରାପ ହେବାର ବିପଦ ରହିଥାଏ। ତେଣୁ ବୈଜ୍ଞାନିକ ଉଭୟକୁ ନିଷ୍କ୍ରିୟ କରି ୧୫ ଦିନ ପାଇଁ ସ୍ଲିପ ମୋଡ଼ରେ ରଖିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ