Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାନାଡ଼ା ବିରୋଧରେ ଭାରତର ବଡ଼ ଆକ୍ସନ, ଭିସା ସେବା ବାତିଲ୍ କରି ନାଗରିକଙ୍କ ଏଣ୍ଟ୍ରି ଉପରେ ଲଗାଇଲା ରୋକ୍

ନୂଆଦିଲ୍ଲୀ: ଭାରତ ଓ କାନାଡା ମଧ୍ୟରେ ମଧ୍ୟରେ ଦିନକୁ ଦିନ ତିକ୍ତତା ବଢିବାରେ ଲାଗିଛି। ପ୍ରଥମେ ଉଭୟ ଦଶ ପରସ୍ପରର କୂଟନୈତିଜ୍ଞଙ୍କୁ ଦେଶ ଛାଡ଼ିବାକୁ ଆଦେଶ ଦେବା ପରେ ଏବେ ନୂଆଦିଲ୍ଲୀ କାନାଡ଼ା ନାଗରିକଙ୍କ ପାଇଁ ଭିସା ସେବା ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ବାତିଲ୍ କରିଛି। କାନାଡ଼ା ବିରୋଧରେ ଏହା ଭାରତର ସବୁଠୁ ବଡ଼ କାର୍ଯ୍ୟାନୁଷ୍ଠାନ। ଦୁଇ ଦେଶ ମଧ୍ୟରେ ବିବାଦ ସେହି ସମୟରେ ତେଜିଲା ଯେତେବେଳେ କାନାଡା ସଂସଦରେ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଖାଲିସ୍ତାନୀ ସମର୍ଥକ ହରଦୀପ ସିଂ ନିଜରଙ୍କ ହତ୍ୟା ପଛରେ ଭାରତୀୟ ପ୍ରତିନିଧିଙ୍କ ହାତ ରହିଥିବା ଅଭିଯୋଗ କରିଥିଲେ।

ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଭିସା ସେବା ବାତିଲ୍ ନେଇ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ। କିନ୍ତୁ କାନାଡ଼ାରେ ଭିସା ଆବେଦନ କେନ୍ଦ୍ର ପରିଚାଳନା କରୁଥିବା ବିଏଲଏସ ଇଣ୍ଟରନ୍ୟାସନାଲ ଏହି ସଂପର୍କରେ ନିଜର କାନାଡାୟୀ ଓ୍ଵେବସାଇଟରେ ସୂଚନା ଦେଇଛି। ଏଥିରେ ଲେଖା ହୋଇଛି ଯେ, ଭାରତୀୟ ମିଶନର ଗୁରୁତ୍ଵପୂର୍ଣ୍ଣ ସୂଚନା – ପରିଚାଳନା କାରଣରୁ ଗୁରୁବାରଠୁ ଭାରତୀୟ ଭିସା ସେବାକୁ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ସସପେଣ୍ଡ କରାଯାଉଛି।

ଏହି ମାମଲାରେ ଭାରତୀୟ ଅଧିକାରୀ ଭିସା ବାତିଲର ସୂଚନା ଦେଇଥିଲେ ହେଁ ଏ ବିଷୟରେ ଟିପ୍ପଣୀ ଦେବାକୁ ମନା କରି ଦେଇଛନ୍ତି। କୋଭିଡ୍-୧୯ ମହାମାରୀ ପରେ ପ୍ରଥମ ଥର ଭାରତ ଏମିତି ପଦକ୍ଷେପ ନେଇଛି। ଏହା ପୂର୍ବରୁ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ଆଡଭାଇଜରିରେ କୁହାଯାଇଥିଲା ଯେ, କାନାଡା ଯାତ୍ରା କରୁଥିବା ଭାରତୀୟ ନାଗରିକ ସତର୍କ ରୁହନ୍ତୁ। ବିଶେଷ କରି ସେହି ଅଞ୍ଚଳ ଯାଆନ୍ତୁ ନାହିଁ ଯେଉଁଠି ଭାରତ ବିରୋଧୀ ଘଟଣା ଘଟୁଛି କିମ୍ବା ଆଶଙ୍କା ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ