Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କମିଲା ଜଳ ପ୍ରବେଶ ପରିମାଣ, ହୀରାକୁଦର ବନ୍ଦ ହେଲା ୧୦ଟି ଗେଟ୍

ସମ୍ବଲପୁର: ଉପରମୁଣ୍ଡରେ ବର୍ଷାର ପରିମାଣ କମିବାରୁ ହୀରାକୁଦରେ ଜଳ ପ୍ରବେଶ ପରିମାଣ ହ୍ରାସ ପାଇଛି। ଫଳରେ ନଦୀବନ୍ଧର ୧୦ଟି ଗେଟ୍ ବନ୍ଦ କରାଯାଇଛି। ଏବେ ୧୪ଟି ଗେଟ୍ ଦେଇ ଡ୍ୟାମରୁ ଜଳ ନିଷ୍କାସନ ଚାଲିଛି। ବର୍ତ୍ତମାନ ଜଳସ୍ତର ୬୨୮.୩୯ ଫୁଟ୍ ରହିଛି।

ହୀରାକୁଦ ଡ୍ୟାମର ସର୍ବୋଚ୍ଚ ଜଳଧାରଣା କ୍ଷମତା ହେଉଛି ୬୩୦ ଫୁଟ୍। ୨୨ ତାରିଖ ଶୁକ୍ରବାର ସନ୍ଧ୍ୟାରେ ଜଳସ୍ତର ୬୨୯.୪୩ ଫୁଟ୍ ଛୁଇଁଥିଲା। ଝଳସ୍ତର ବୃଦ୍ଧି ପାଉଥିବାରୁ ୨୪ ଗେଟ୍ ଦେଇ ଜଳ ନିଷ୍କାସନ ହେଉଥିଲା। ଏହି ସମୟରେ ଜଳଭଣ୍ଡାରକୁ ୨,୬୩,୦୦୬ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୪,୦୦,୪୫୨ କ୍ୟୁସେକ ଜଳ ନିଷ୍କାସିତ ହେଉଥିଲା। ଏବେ ଜଳ ପ୍ରବେଶ ପରିମାଣ କମିବାରୁ ୧୦ ଗେଟ୍ ବନ୍ଦ କରାଯାଇ ୧୪ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି। ୬୨୯.୪୩ ଫୁଟରୁ ଜଳସ୍ତର ଖସି ବର୍ତ୍ତମାନ ୬୨୮.୩୯ ଫୁଟ୍ ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ