Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଧାନସଭାରେ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ, କହିଲେ- ମୋ ନିର୍ଦ୍ଦେଶରେ ସିଏମଓ ଜିଲ୍ଲାକୁ ଗଲା, ଅଭିଯୋଗ ଶୁଣିଲା

ଭୁବନେଶ୍ଵର: ଗୃହରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିବୃତି ରଖିଛନ୍ତି। ସିଏମଓ ଜନଶୁଣାଣି ଓ ହେଲିକପ୍ଟର ଖର୍ଚ୍ଚ ବାବଦରେ ବିରୋଧୀ କରୁଥିବା ପ୍ରଶ୍ନ ଉପରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ। ମୋ ସରକାର ସର୍ବଦା ଲୋକଙ୍କ ସମସ୍ୟା ସମାଧାନକୁ ଗୁରୁତ୍ଵ ଦିଏ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେ କହିଛନ୍ତି, କୋଭିଡ୍ ପୂର୍ବରୁ ସିଏମଓ ଭୁବନେଶ୍ଵରରେ ଅଭିଯୋଗ ଶୁଣୁଥିଲା। ପୁଣି କୋଭିଡ୍ ଯୋଗୁଁ ପ୍ରାୟ ୨ ବର୍ଷ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିଥିଲା। କିନ୍ତୁ କୋଭିଡ୍ ପରେ ବି ଯଥେଷ୍ଟ ଲୋକ ଅଭିଯୋଗ ପ୍ରକୋଷ୍ଠକୁ ଆସି ନ ଥିବା ଦେଖିଥିଲୁ। ସେଥିପାଇଁ ଲୋକଙ୍କ ନିକଟକୁ ଯାଇ ଅଭିଯୋଗ ଆଣିବାକୁ ମୁଁ ଚିନ୍ତାକଲି। ମୋ ନିର୍ଦ୍ଦେଶରେ ସିଏମଓର ଅଫିସରମାନେ ଜିଲ୍ଲାଓ୍ଵାରି ଗସ୍ତ କରି ଅଭିଯୋଗ ଆଣିଲେ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ ୬ ମାସ ମଧ୍ୟରେ ୧୯୦ଟି ଜାଗାରେ ୫୭ ହଜାର ୪୪୨ ଅଭିଯୋଗ ଅଣା ଯାଇଛି। ଆସିଥିବା ଅଭିଯୋଗରୁ ଆଜି ସୁଦ୍ଧା ୪୩,୫୩୬ ଅଭିଯୋଗର ସମାଧାନ ହୋଇଛି। ସମସ୍ତ ପ୍ରକ୍ରିୟା ଅତ୍ୟନ୍ତ ସ୍ଵଚ୍ଛ ଓ ବୈଷେୟିକ ଜ୍ଞାନକୌଶଳରେ ପରିଚାଳିତ ହୋଇଛି। ୨/୩ ମାସରେ ଦୀର୍ଘ ଦିନରୁ ପଡ଼ିଥିବା ସମସ୍ୟାର ସମାଧାନ ହୋଇଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ