Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହେଲିକପ୍ଟର ଖର୍ଚ୍ଚର ହିସାବ ଦେଲେ ମୁଖ୍ୟମନ୍ତ୍ରୀ, କହିଲେ- ଲୋକଙ୍କ ନିକଟକୁ ଯାଇ ସେମାନଙ୍କର ଅର୍ଥ ବ୍ୟୟ ରୋକିଛୁ

ଭୁବନେଶ୍ଵର: ବିଧାନସଭାରେ ବିବୃତି ରଖି ମୁଖ୍ୟମନ୍ତ୍ରୀ ସିଏମଓ ଜନଶୁଣାଣି ଓ ହେଲିକପ୍ଟଟ ଖର୍ଚ୍ଚକୁ ନେଇ ତଥ୍ୟ ରଖିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି କୋଭିଡ୍ ସମୟରେ ଏହି ସମାନ ଟିମ୍ ଜିଲ୍ଲା ବୁଲି ତଦାରଖ କରୁଥିଲା। ଅନ୍ୟମାନେ ଘରେ ଥିବା ବେଳେ ସିଏମଓ ଟିମ୍ ଜୀବନକୁ ବାଜିରେ ଲଗାଇ ବୁଲୁଥିଲା। ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ସର୍ବଦା ସିଏମଓ ଦ୍ଵାରା ପରିଚାଳିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମନ୍ତ୍ରୀମାନଙ୍କ ଆବଶ୍ୟକତା ନ ଥାଏ। ବିଭାଗୀୟ ମୁଖ୍ୟ ହିସାବରେ ସମସ୍ୟାର ସମାଧାନରେ ମନ୍ତ୍ରୀଙ୍କ ଯଥେଷ୍ଟ ଭୂମିକା ରହିଛି। ଯଦି ୫୭ ହଜାର ଆବେଦନକାରୀ ଭୁବନେଶ୍ଵର ଆସିଥାନ୍ତେ ତେବେ କେତେ ଖର୍ଚ୍ଚାନ୍ତ ହୋଇଥାନ୍ତେ। ସିଏମଓ ସେମାନଙ୍କ ନିକଟକୁ ଯାଇ ସେମାନଙ୍କ ଅର୍ଥବ୍ୟୟ ରୋକି ପାରିଛି ବୋଲି ନିଜ ବିବୃତିରେ ସିଏମ ନବୀନ ପଟ୍ଟନାୟକ କହିଛନ୍ତି।

ହେଲିକପ୍ଟର ବ୍ୟବହାର ନେଇ ସ୍ପଷ୍ଟୀକରଣରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ପୂର୍ବାହ୍ନ ୧୦ଟାରୁ ଅପରାହ୍ଣ ୩ଟା ଭିତରେ ଦିନକରେ ୩ରୁ ୫ଟା ମିଟିଂ କରିବା ଅସମ୍ଭବ। ଯଦି ସଡ଼କ ପଥରେ ଯାଇ ଏତକ କରାଯାଇଥାନ୍ତା ତେବେ ଦେଢ ବର୍ଷ ସମୟ ଲାଗିଥାନ୍ତା। ବିଗତ ସାଢେ ତିନି ବର୍ଷରେ ହେଲିକପ୍ଟର ବାବଦରେ ୪୦ କୋଟି ଟଙ୍କା ବ୍ୟୟ କରିଛୁ। ହିସାବ କଲେ ହେଲିକପ୍ଟରରେ ମାସକୁ କୋଟିଏରୁ ଦେଢ କୋଟି ଟଙ୍କା ଚର୍ଚ୍ଚା ଖର୍ଚ୍ଚ ହୋଇଛି। ଗତ ଛଅ ମାସରେ ବି ସେହି ସମାନ ମାସିକ କୋଟିଏରୁ ଦେଢ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ହେଲିକପ୍ଟରରେ ଅତ୍ୟଧିକ ଖର୍ଚ୍ଚ ହେବା କୁହାଯିବା ମିଥ୍ୟା ଓ ଭ୍ରାନ୍ତିଯୁକ୍ତ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ