Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁଖ୍ୟମନ୍ତ୍ରୀଙ୍କ ବିବୃତିଙ୍କୁ ବିଜେପି-କଂଗ୍ରେସର କଡ଼ା ସମାଲୋଚନା, ନରସିଂହ କହିଲେ- ଏଠାରେ ଗୁମାସ୍ତା ଶାସନ ଚାଲିଛି

ଭୁବନେଶ୍ଵର: ଗୃହରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିବୃତି ରଖିଛନ୍ତି। ସିଏମଓ ଜନଶୁଣାଣି ଓ ହେଲିକପ୍ଟର ଖର୍ଚ୍ଚ ବାବଦରେ ଉତ୍ତର ରଖିବା ସହ ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି। ତେବେ ମୁଖ୍ୟମନ୍ତ୍ରୀଙ୍କ ବିବୃତିକୁ ବିରୋଧୀ ଦଳ ଗ୍ରହଣ କରି ପାରି ନାହାନ୍ତି। ବିଧାନସଭାରେ କଂଗ୍ରେସର ଦଳୀୟ ନେତା ନରସିଂହ ମିଶ୍ର ଓ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ସରକାରକୁ କଡ଼ା ସମାଲୋଚନା କରିଛନ୍ତି।

ନରସିଂହ ମିଶ୍ର କହିଛନ୍ତି, ଏଠାରେ ଗୁମାସ୍ତା ଶାସନ ଚାଲିଛି। ରାଜ୍ୟରେ ଗଣତନ୍ତ୍ରକୁ ହତ୍ୟା କରାଯାଉଛି, ବିଧାନସଭାର ଆବଶ୍ୟକତା ନାହିଁ। ମୁଲତବୀକୁ ଗ୍ରହଣ କରାଯାଉନି ଏବଂ ପ୍ରଶ୍ନର ଉତ୍ତର ମିଳୁନି। ଜିଲ୍ଲାପାଳ, ଏସପିମାନେ ଜିଲ୍ଲା ସଭାପତି ଓ ସଂପାଦକ ଭାବେ କାମ କରୁଛନ୍ତି। ପ୍ରକୃତରେ ଯଦି ଲୋକଙ୍କ କଥା ଶୁଣୁଛନ୍ତି, ତେବେ ସରକାରୀ କର୍ମଚାରୀ କାହିଁକି ରାସ୍ତାରେ ବସିଛନ୍ତି। ଫାଇଭ-ଟି ସଚିବ ନିର୍ବାଚନ ପ୍ରଚାରରେ ଯାଉଛନ୍ତି, ସମାଲୋଚନା କଲେ ପ୍ରତିହିଂସା ହୋଇ ଉଠୁଛି ବିଜେଡି।

ମୁଖ୍ୟମନ୍ତ୍ରୀଙ୍କ ବିବୃତିକୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ କହୁଛନ୍ତି ହେଲିକପ୍ଟର ବାବଦ ଖର୍ଚ୍ଚ ୪୦ କୋଟି। ଏହା ସଂପୂର୍ଣ୍ଣ ହାସ୍ୟାସ୍ପଦ କଥା। ମୋଟ୍ ୪୦ କୋଟି ନୁହେଁ, ଗୋଟିଏ ମିଟିଂରେ ୪୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଫାଇଭ-ଟି ସଚିବଙ୍କ ଗସ୍ତରେ ମୋଟ୍ ୬୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଚନ୍ଦ୍ରଯାନଠାରୁ ବି ଅଧିକ ଟଙ୍କା ଖର୍ଚ୍ଚ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ