Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଇପିଏସ୍ଆଇ ପକ୍ଷରୁ ସ୍ବାସ୍ଥ୍ୟସେବା ସଂପର୍କିତ ବୈଠକ ଅନୁଷ୍ଠିତ

କଳାହାଣ୍ଡି,୨୮/୦୯-ଇଣ୍ଡିଆ ପ୍ରାଇମେରୀ ହେଲ୍ଥ କେୟାର ସପୋର୍ଟ ଇନିସିଏଟିଭ୍ (ଆଇପିଏସ୍ଆଇ) ପକ୍ଷରୁ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାସ୍ଥିତ ଜିଲ୍ଲା ଯୋଜନା ଓ ସମ୍ମନ୍ବୟ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ସ୍ବାସ୍ଥ୍ୟସେବା ସଂପର୍କିତ ବୈଠକ ଅନୁଷ୍ଠିତ ହୋଇଯାଇଛି ! ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡ. ନିହାରେନ୍ଦ୍ର ପଣ୍ଡା, ସ୍ବାସ୍ଥ୍ୟ ବିଭାଗର ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ଅବନୀ ରଞ୍ଜନ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଇଣ୍ଡିଆ ପ୍ରାଇମେରୀ ହେଲ୍ଥ କେୟାର ସପୋର୍ଟ ଇନିସିଏଟିଭର ପରାମର୍ଶଦାତା ତଥା ଜନ୍ ହପକିନ୍ସ ୟୁନିଭର୍ସିଟିର ସଦସ୍ୟ ଡ. ରାଜେନ୍ଦ୍ର ଶୁକ୍ଲା ଓ ପ୍ରୋଗ୍ରାମ ଅଫିସର ମାଧବୀ ମିଶ୍ର ବୈଠକରେ ଉପସ୍ଥିତ ରହି ଜିଲ୍ଲାରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ପ୍ରାଥମିକତା ସଂପର୍କରେ ତଥ୍ୟଭିତ୍ତିକ ଉପସ୍ଥାପନା କରିଥିଲେ। ଏଥିରେ ଭୁବନେଶ୍ବରସ୍ଥିତ କମ୍ୟୁନିଟି ମେଡିସିନ୍ ଏବଂ ଫ୍ୟାମିଲି ମେଡିସିନ୍ ପ୍ରଫେସର ଡା. ବିନୋଦ କୁମାର ପାତ୍ର ମଧ୍ୟ ଉପସ୍ଥିତ ଥିଲେ। ଏଇ ଅବସରରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଓ ଆଇପିଏସ୍ଆଇର ପ୍ରତିନିଧିମାନେ ଉପସ୍ଥିତ ରହି ଜିଲ୍ଲାର ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟସେବା ସଂପର୍କିତ ଚ୍ୟାଲେଞ୍ଜକୁ ସାମ୍ନା କରିବାକୁ ନେଇ ହୋଇଥିବା ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ