Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସେନସର ବୋର୍ଡ ଉପରେ ସଙ୍ଗୀନ ଅଭିଯୋଗ ଲଗାଇଲେ ଅଭିନେତା ବିଶାଳ, କହିଲେ-ଫିଲ୍ମ ପାସ୍ କରାଇବା ପାଇଁ ନେଉଛନ୍ତି ଲାଞ୍ଚ

ମୁମ୍ବାଇ: ସେଣ୍ଟ୍ରାଲ ବୋର୍ଡ ଫିଲ୍ମ ସାର୍ଟିଫିକେଟ୍(ସିବିଏଫସି) ଉପରେ ଆସିଲା ସଙ୍ଗୀନ ଅଭିଯୋଗ। ପଇସା ଦେଲେ ଯାଇ ଫିଲ୍ମ ପାସ୍ କରାଉଥିବା ଅଭିଯୋଗ କରିଛନ୍ତି ସାଉଥ ଅଭିନେତା ବିଶାଳ। ସାଉଥ ଅଭିନେତା ବିଶାଳ ସେଣ୍ଟ୍ରାଲ ବୋର୍ଡ ଫିଲ୍ମ ସାର୍ଟିଫିକେଟ୍(ସିବିଏଫସି) ଉପରେ ଲାଞ୍ଚ ନେବାର ଅଭିଯୋଗ କରିଛନ୍ତି। ସେ ନିଜେ ମଧ୍ୟ ଏହାର ଶିକାର ହୋଇଛନ୍ତି। ନିକଟରେ ରିଲିଜ୍ ନିଜର ଫିଲ୍ମ ‘ମାର୍କ ଏଣ୍ଟନି’ର ହିନ୍ଦୀ ଭର୍ସନକୁ ପାସ୍ କରାଇବା ପାଇଁ ତାଙ୍କୁ ୬.୫ ଲକ୍ଷ ଟଙ୍କା ଲାଞ୍ଚ ଦେବାକୁ ପଡ଼ିଥିଲା ବୋଲି ଅଭିନେତା କହିଛନ୍ତି।

ଟୁଇଟରରେ ଦୁର୍ନୀତି ଅଭିଯୋଗ ଉପରେ ‘ମାର୍କ ଏଣ୍ଟୋନୀ’ର ଅଭିନେତା ବିଶାଳ ମୁହଁ ଖୋଲିଛନ୍ତି। ସେ ଲେଖିଛନ୍ତି, ପରଦାରେ ଦୁର୍ନୀତି ପରି ପ୍ରସଙ୍ଗ ଦେଖାଇବା ଉଚିତ୍, ମାତ୍ର ବାସ୍ତବ ଜୀବନରେ ଦୁର୍ନୀତି ଠିକ୍ ନୁହେଁ। ବିଶେଷ କରି ସରକାରୀ ଅଧିକାରୀ ହୋଇ ଦୁର୍ନୀତି କରିବା ଗ୍ରହଣୀୟ ନୁହେଁ। କିନ୍ତୁ ସିବିଏଫସି ମୁମ୍ଵାଇ ଅଫିସରେ ଏମିତି ହିଁ ହେଉଛି। କାରଣ ମୋ ନିଜ ଫିଲ୍ମ ପାସ୍ କରାଇବା ପାଇଁ ମୋତେ ୬.୫ ଲକ୍ଷ ଟଙ୍କା ଦେବାକୁ ପଡ଼ିଛି।

ଅଭିନେତା ଏହା ମଧ୍ୟ କହିଛନ୍ତି, ଦୁଇଟି ଟ୍ରାଞ୍ଜେକ୍ସନ ଜରିଆରେ ପଇସା ପୈଠ କରାଯାଇଛି। ପ୍ରଥମେ ୩ ଲକ୍ଷ ଟଙ୍କା ଏବଂ ପୁଣି ସାଢେ ତିନି ଲକ୍ଷ ଟଙ୍କା ସେନସେନ ବୋର୍ଡର ଅଧିକାରୀଙ୍କୁ ଦିଆଯାଇଛି। ଭିଡିଓ ଜାରି କରି ଅଭିନେତା କହିଛନ୍ତି, ସେନସର ତାଙ୍କ ପାଇଁ କୌଣସି ବିକଳ୍ପ ଛାଡ଼ି ନ ଥିଲେ। ତାଙ୍କ ପାଇଁ ଏହି ଫିଲ୍ମ ହିନ୍ଦୀରେ ରିଲିଜ୍ କରାଇବା ବହୁତ ଜରୁରୀ ଥିଲା ବୋଲି ସେ କହିଛନ୍ତି।

ବିଶାଳ କହିଛନ୍ତି ସବୁ ଦେଖିବା ପରେ ସେନସନର ବୋର୍ଡ ଶେଷ ତିନି ମିନିଟରେ ଫିଲ୍ମ ପାସ୍ କରାଇବାକୁ ମନା କରି ଦେଇଥିଲେ। ଏହି ସମୟରେ ମୋ ମ୍ୟାନେଜର ସେଠାରେ ଉପସ୍ଥିତ ଥିଲେ। ସେନସର ବୋର୍ଡ ପକ୍ଷରୁ ଜଣେ ମହିଳା ଅଧିକାରୀ ମଧ୍ୟ ଥିଲେ। ତାଙ୍କ ପରିଶ୍ରମର ମୂଲ୍ୟ ଦୁର୍ନୀତିରେ ଚାଲିଗଲା। ସେ ଏହି ଘଟଣାକୁ ସମସ୍ତଙ୍କ ସାମ୍ନାକୁ ଆଣିବାକୁ ଚାହୁଁଥିଲେ। ଏଥିସହିତ ସେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟ୍ୟାଗ୍ କରି ମାମଲାତ ତଦନ୍ତ କରିବାକୁ ଅପିଲ୍ କରିଛନ୍ତି।

More Stories