Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୩୪ ମୃତ, ୧୦୦ରୁ ଅଧିକ ଆହତ

ନୂଆଦିଲ୍ଲୀ: ପାକିସ୍ତାନର ବଲୁଚିସ୍ତାନ ପ୍ରାନ୍ତରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ୩୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। ସେଥିରୁ ଅନେକ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ପୋଲିସ ବଳର କିଛି ଯବାନ ସାମିଲ୍ ଥିବା ପାକିସ୍ତାନୀ ଖବରକାଗଜ ଡନ ଏହି ସୂଚନା ପ୍ରଦାନ କରିଛି।

ବିବିସି ଅନୁଯାୟୀ, ବଲୁଚିସ୍ତାନର ମସ୍ତୁଙ୍ଗରେ ଅଲ ଫଲାହ ରୋଡରେ ସ୍ଥିତ ମଦିନା ମସଜିଦ ନିକଟରେ ଭୟଙ୍କର ବିସ୍ଫୋରଣ ଘଟିଛି। ଲୋକେ ଇଦ ମିଲାଦ ଉନ ନବିଙ୍କ ଅବସରରେ ଶୋଭାଯାତ୍ରାରେ ସାମିଲ୍ ହେବା ପାଇଁ ଏକତ୍ର ହୋଇଥିଲେ। ଠିକ୍ ଏହି ସମୟରେ ବିସ୍ଫୋରଣ ଘଟିଥିଲା।

ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ସିଲ୍ କରିବା ସହ ତଦନ୍ତ ଚଳାଇଛି। ଆତ୍ମଘାତୀ ଆକ୍ରମଣକାରୀ ଦ୍ଵାରା ଏହି ବିସ୍ଫୋରଣ ଘଟାଯାଇଥିବା କୁହାଯାଉଛି। ଘଟଣା ପାଇଁ ଏ ପର୍ଯ୍ୟନ୍ତ କୌଣସି ସଂଗଠନ ନିଜକୁ ଦାୟୀ କରି ନାହାନ୍ତି। ବିସ୍ଫୋରଣରେ ଜଣେ ପୋଲିସ ଅଧିକାରୀଙ୍କ ମୃତ୍ୟୁ ଘଟିଛି।

ଆକ୍ରମଣକାରୀ ଡିଏସପି ଗିସଖୌରୀଙ୍କ କାର ନିକଟକୁ ଯାଇ ନିଜକୁ ଉଡ଼ାଇ ଦେଇଥିବା ଜାତୀୟ ଗଣମାଧ୍ୟମ ସୂତ୍ରରୁ ପ୍ରକାଶ। ଉଦ୍ଧାର କାର୍ଯ୍ୟ ଜାରି ରହିଛି ଏବଂ ଗୁରୁତର ଆହତଙ୍କୁ କ୍ଵେଟା ସ୍ଥାନାନ୍ତର କରାଯାଉଛି। ସମସ୍ତ ହସ୍ପିଟାଲରେ ଜରୁରୀକାଳୀନ ସ୍ଥିତି ଲାଗୁ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ