Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ତରଫରୁ ପୋଷଣ ମାସ ପାଳିତ

କଳାହାଣ୍ଡି,୨୯/୦୯- କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ସମ୍ମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଆନୁକୂଲ୍ୟରେ ବେଦାନ୍ତ ଫାଉଣ୍ଡେସନ ଦ୍ବାରା ପ୍ରାୟୋଜିତ ବେଦାନ୍ତ ନନ୍ଦଘର ପ୍ରକଳ୍ପକୁ ନେଇ ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ବନାଥପୁରସ୍ଥିତ ବ୍ଲକ ସମ୍ମିଳନୀ କକ୍ଷରେ ଆଜି ପୋଷଣ ମାସ ପାଳିତ ହୋଇଯାଇଛି ! ଏଥିରେ ମୁଖ୍ୟଅତିଥି ଭାବେ ଲାଞ୍ଜିଗଡ଼ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର, ସମ୍ମାନିତ ଅତିଥି ଭାବେ ସିଡିପିଓ ବିଜୟାଶ୍ରୀ ସିଂହ, ବେଦାନ୍ତ ନନ୍ଦଘର ପରିଚାଳନା ଦାୟିତ୍ବରେ ଥିବା ପିସିଆଇ ସଂସ୍ଥାର କଳାହାଣ୍ଡି ଜିଲ୍ଲା ସଂଯୋଜକ ସୂର୍ଯ୍ୟନାରାୟଣ ନାଗ, କ୍ଲଷ୍ଟର ସଂଯୋଜକ ଅକ୍ଷୟ ନାଏକ, କାହ୍ନୁ ତୁଳ, ରିକୁରାମ ବେହେରା, କୌତୁକ ହରିଜନ, ରମେଶ ସାହୁ ପ୍ରମୁଖ ଯୋଗ ଦେଇଥିଲେ ! ଏଇ ଅବସରରେ ବ୍ଲକରେ ସମ୍ମନ୍ବିତ ଶିଶୁ ବିକାଶ ପ୍ରକଳ୍ପରେ କାର୍ଯ୍ୟରତ ମହିଳା ପରିଦର୍ଶିକା, ଅଙ୍ଗନୱାଡ଼ି କର୍ମୀମାନେ ଉପସ୍ଥିତ ଥିଲେ ! ଏଥିରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କ୍ରୁତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କ୍ରୁତ କରିଥିଲେ !

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ