Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଫ୍ରି କାଶ୍ମୀର ଓ ଭଗଓ୍ଵା ଜଲେଗା, ଜେଏନୟୁ କାନ୍ଥରେ ବିବାଦୀୟ ସ୍ଲୋଗାନ, ପିଏମଙ୍କ ଉପରେ ବି ଟିପ୍ପଣୀ

ନୂଆଦିଲ୍ଲୀ: ଦିଲ୍ଲୀ ସ୍ଥିତ ଜବାହରଲାଲ ନେହରୁ ବିଶ୍ଵ ବିଦ୍ୟାଳୟ(ଜେଏନୟୁ) ପୁଣି ଥରେ ଚର୍ଚ୍ଚାରେ। ଏବେ ଜେଏନୟୁର କାନ୍ଥରେ ବିବାଦୀୟ ନାରା ଲେଖା ହୋଇଛି। ବିଶ୍ଵ ବିଦ୍ୟାଳୟ କ୍ୟାମ୍ପସ କାନ୍ଥରେ ଫ୍ରି କାଶ୍ମୀର ଓ ଭଗଓ୍ଵା ଜଲେଗା ପରି ନାରା ଲେଖା ହୋଇଛି। କିଛି ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜେଏନୟୁ କାନ୍ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ବିରୋଧରେ ମଧ୍ୟ ଆପତ୍ତିଜନକ ଟିପ୍ପଣୀ ଲେଖା ହୋଇଛି।

ଦେଶରେ ଏହି ପ୍ରତିଷ୍ଠିତ ବିଶ୍ଵ ବିଦ୍ୟାଳୟରେ ଘୃଣିତ ଟିପ୍ପଣୀ ଲେଖାଯିବା ପୁଣି ଥରେ ବିବାଦକୁ ଜନ୍ମ ଦେଇଛି। ଏହି ସ୍ଲୋଗାନ ଲାଲ ଓ ନୀଳ ରଙ୍ଗରେ ଲେଖା ହୋଇଥିବା ଦେଖିବାକୁ ମିଳିଛି। ମିଡିଆ ରିପୋର୍ଟ ମୁତାବକ ଜେଏନୟୁର ସ୍କୁଲ ଅଫ ଲାଙ୍ଗଓ୍ଵେଜର କାନ୍ଥ ଏବଂ ଚଟାଣରେ ଫ୍ରି କାଶ୍ମୀର, ଆଇଓକେ, ଭଗଓ୍ଵା ଜଲେଗା, ମୋଦୀ ତେରି କବ୍ର ଖୁଦେଗି ପରି ବହୁତ ଆପତ୍ତିଜନକ କଥା ଲେଖା ହୋଇଛି।

ସୂଚନାଯୋଗ୍ୟ, ଜେଏନୟୁ ପୂର୍ବରୁ ମଧ୍ୟ ଅନେକ ଥର ବିବାଦରେ ରହି ଆସିଛି। ପ୍ରାୟ ଏକ ବର୍ଷ ପୂର୍ବେ ବିଶ୍ଵ ବିଦ୍ୟାଳୟର ଇଣ୍ଟରନ୍ୟାସନାଲ ଷ୍ଟଡିଜର କାନ୍ଥରେ ବ୍ରାହ୍ମଣ ଓ ବଣିଆକୁ ନେଇ ବିବାଦୀୟ କଥା ଲେଖା ହୋଇଥିଲା। ଏହାକୁ ନେଇ ଖୁବ୍ ବିବାଦ ହୋଇଥିଲା। ବିଶ୍ଵ ବିଦ୍ୟାଳୟର କିଛି ଶିକ୍ଷକଙ୍କ ନେମ ପ୍ଲେଟରେ କାଳି ବୋଳା ଯାଇଥିଲା। ଏହା ପୂର୍ବରୁ ଜେଏନୟୁରେ କଥିତ ଭାବେ ଦେଶ ବିରୋଧୀ ନାରାବାଜି ବି ହୋଇଥିଲା। ଏହାକୁ ନେଇ ସମଗ୍ର ଦେଶରେ ଖୁବ୍ ବିବାଦ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ