Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାରତରେ ନିଜର ଦୂତାବାସ ବନ୍ଦ କଲା ଆଫଗାନିସ୍ତାନ, ଦର୍ଶାଇଲା ପ୍ରମୁଖ କାରଣ

ନୂଆଦିଲ୍ଲୀ: ଆଫଗାନିସ୍ତାନ ନିଜ ହିତ ସେବା ପାଇଁ ଅସମର୍ଥତତା, କର୍ମଚାରୀ ଓ ସମ୍ବଳର ଅଭାବ କାରଣ ଦର୍ଶାଇ ଭାରତରେ ନିଜର ଦୂତାବାସ ବନ୍ଦ କରିଛି। ଦୂତାବାସ ନିଜ ବୟାନରେ କହିଛି, ଭାରତ କାର୍ଯ୍ୟକାରୀ କ୍ଷମତା ଜରିଆରେ ଦୂତାବାସକୁ ନିଜ ନିୟନ୍ତ୍ରଣକୁ ନେବ। ଆଫଗାନିସ୍ତାନ ନିଜର ଦୂତାବାସକୁ ବନ୍ଦ କରିବା ନେଇ କୌଣସି ପ୍ରତିକ୍ରିୟା ଦେଇ ନାହିଁ। ଆଫାଗାନିସ୍ତାନ କେବଳ ଏତିକି କହିଛି ଯେ, ଏହି ନିଷ୍ପତ୍ତି ନିଜ ଦେଶର ହିତ ପାଇଁ ନେଇଛି।

୨୦୨୧ରେ ଆଫଗାନିସ୍ତାନର ଶାସନଭାର ସମ୍ଭାଳିବା ପରେ ମଧ୍ୟ ତାଲିବାନ ଫରିଦ ମାମୁଣ୍ଡଜେଙ୍କୁ ଭାରତରେ କୂଟନୀତିଜ୍ଞ ଭାବେ ଜାରି ରଖିଥିଲା। ଅଶରଫ ଗନିଙ୍କ ସମୟରେ ମଧ୍ୟ ମାମୁଣ୍ଡଜେ ଭାରତରେ ଦୂତାବାସ ସମ୍ଭାଳିଥିଲେ। ତେବେ ସଂପ୍ରତି କୌଣସି ଆଭ୍ୟନ୍ତରୀଣ କନ୍ଦଳ ପାଇଁ ଦୂତାବାସ ବନ୍ଦ କରି ନ ଥିବା ଆଫଗାନିସ୍ତାନ କହିଛି। କୌଣସି ଅନ୍ୟ ଦେଶ ଶରଣରେ ଆମେ ଯାଉନଥିବା ଆଫଗାନିସ୍ତାନ ସରକାର କହିଛନ୍ତି। ନିଜ ବୟାନରେ ଆଫଗାନିସ୍ତାନ ଦୂତାବାସ, ଭାରତ ସରକାରଙ୍କ ସମର୍ଥନ ନ ମିଳିବା ଅଭିଯୋଗ କରିଛି।

ଆଫଗାନିସ୍ତାନ ଦୂତାବାସ ଏହା ମଧ୍ୟ କହିଛି ଯେ, ଅପ୍ରତ୍ୟାଶିତ ପରିସ୍ଥିତି କାରଣରୁ କର୍ମୀ ଓ ସମ୍ବଳର ଅଭାବ ଦେଖା ଦେଇଛି। ତେଣୁ ଦୁତାବାସକୁ ସଞ୍ଚାଳନ କରିବା କଷ୍ଟକର ହୋଇ ପଡ଼ିଥିଲା। ତାଲିବାନ କ୍ଷମତା ସମ୍ଭାଳିବା ପରେ ଫରିଦ ମାମୁଣ୍ଡଜେ ନିଜର କାମ ଜାରି ରଖିଥିଲେ ହେଁ, ଦୂତାବାସରେ ଅନ୍ୟ କର୍ମଚାରୀ ଲଗାତାର ଚାକିରି ଛାଡ଼ିବାରେ ଲାଗିଥିଲେ। ଶେଷରେ ଦୂତାବାସ ବନ୍ଦ କରିବାକୁ ପଡ଼ିଲା ବୋଲି ଆଫଗାନିସ୍ତାନ କହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ