Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କିରଣ ଖେର୍‌ କରୋନା ଆକ୍ରାନ୍ତ

ମୁମ୍ବାଇ: ବଲିଉଡର ବରିଷ୍ଠ ଅଭିନେତ୍ରୀ ତଥା ଲୋକସଭା ସାଂସଦ କିରଣ ଖେର୍‌ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିବା ନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। 

ଏହାସହିତ ସେ ସଂସ୍ଫର୍ଶରେ ଆସିଥିବା ବ୍ୟକ୍ତି ବିଶେଷଙ୍କୁ ତୁରନ୍ତ କୋଭିଡ୍‌ ଟେଷ୍ଟ କରିବାକୁ ପରାମର୍ଶ ଦେଇଛନ୍ତି। କିରଣଙ୍କ ଏହି ପୋଷ୍ଟ ପରେ ତାଙ୍କ ପ୍ରଶଂସକ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି।

ସୂଚନା ଥାଉ କି ଅଭିନେତ୍ରୀ କିରଣ ଖେର ୨୦୨୧ରେ ମଲ୍ଟିପଲ ମାୟୋଲମା ଏକ ପ୍ରକାରର ରକ୍ତ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ। ଏଥିପାଇଁ ସେ ବିଦେଶ ଯାଇ ଚିକିତ୍ସିତ ହୋଇଥିଲେ। ପରେ ସେ ଏଥିରୁ ଆରୋଗ୍ୟ ଲାଭ କରିଥିଲେ। ଏହାପରେ ସେ ପୁଣି ଥରେ ଟିଭି ପରଦାରେ ନଜର ଆସିଥିଲେ। ସେ ରିଆଲିଟି ଶୋ ଇଣ୍ଡିଆସ୍‌ ଗଟ୍ ଟ୍ୟାଲେଣ୍ଟରେ ଜଜ୍ ରୂପେ ଭାଗ ନେଇଥିଲେ। ଏହାପରଠୁ ସେ ନିଜ କର୍ମକ୍ଷେତ୍ରରେ ସକ୍ରିୟ ଅଛନ୍ତି। 

କିରଣ ଖେର୍ ବଲିଉଡର ବରିଷ୍ଠ ତଥା ଲିଜେଣ୍ଡ ଆକ୍ଟର ଅନୁପମ ଖେର୍‌ଙ୍କ ପତ୍ନୀ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ