Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଚାକିରି ବଦଳରେ ଜମି ମାମଲା: ଲାଲୁ ଓ ତେଜସ୍ଵୀଙ୍କୁ ବଡ଼ ଆଶ୍ଵସ୍ତି, କୋର୍ଟରୁ ମିଳିଲା ଜାମିନ

ନୂଆଦିଲ୍ଲୀ: ଚାକିରି ବଦଳରେ ଜମି ଦେବା ଦୁର୍ନୀତି ମାମଲାରେ ଲାଲୁ ପରିବାରର ସଦସ୍ୟଙ୍କୁ ବଡ଼ ଆଶ୍ଵସ୍ତି ମିଳିଛି। ମଙ୍ଗଳବାର ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ, ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ଵୀ ଯାଦବ ଓ ରାବଡ଼ି ଦେବୀଙ୍କୁ ଜାମିନ ପ୍ରଦାନ କରିଛନ୍ତି। ତିନି ଜଣଙ୍କୁ ୫୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚଲିକାରେ ଜାମିନ ଦିଆଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧୬ ତାରିଖ ଧାର୍ଯ୍ୟ କରାଯାଇଛି। ମାମଲାରେ କୋର୍ଟରେ ଉପସ୍ଥିତ ହେବା ପାଇଁ ଲାଲୁଙ୍କ ପରିବାର ବିହାରରୁ ଦିଲ୍ଲୀ ପହଞ୍ଚିଥିଲେ।

ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟରେ ବୁଧବାର ଶୁଣାଣି ସମୟରେ ଲାଲୁ ପରିବାର ୩ ସଦସ୍ୟ ହାଜର ହୋଇଥିଲେ। ସିବିଆଇ ଏହି ମାମଲାର ତଦନ୍ତ କରୁଛି ଏବଂ ଜୁଲାଇ ୩ରେ ଚାର୍ଜସିଟ୍ ଦାଖଲ କରିଥିଲା, ଯେଉଁଥିରେ ତେଜସ୍ଵୀ ଯାଦବଙ୍କୁ ଅଭିଯୁକ୍ତ ଦର୍ଶାଯାଇଥିଲା। ଆଜିର ଶୁଣାଣି ସମୟରେ ସିବିଆଇ ପକ୍ଷରୁ ଏକ ନୂତନ ଚାର୍ଜସିଟ୍ ଦାଖଲ କରାଯାଇଛି। ଏଥିରେ ଲାଲୁ ଯାଦବ, ରାବଡ଼ି ଦେବୀ, ତାଙ୍କ ଝିଅ ମୀସା ଭାରତୀ ସମେତ ଅନ୍ୟ ଲୋକଙ୍କ ନାମ ରହିଛି। ବର୍ତ୍ତମାନ ସମସ୍ତେ ଜାମିନରେ ଅଛନ୍ତି।

କଣ ଏହି ମାମଲା
ଜମି ବଦଳରେ ଚାକିରି ଦେବାର ଏହି ଦୁର୍ନୀତି ମନମୋହନ ସିଂହଙଯକ କାର୍ଯ୍ୟକାଳରେ ଘଟିଥିଲା। ୟୁପିଏ-୨ ସରକାରରେ ଲାଲୁ ଯାଦବ ଦେଶର ରେଳ ମନ୍ତ୍ରୀ ଦାୟିତ୍ଵ ସମ୍ଭାଳିଥିଲେ। ଲାଲୁ ଯାଦବଙ୍କ ବିରୋଧରେ ଅଭିଯୋଗ ହୋଇଥିଲା ଯେ, ସେ ଜମି ବଦଳରେ ଲୋକଙ୍କୁ ବେଆଇନ ଭାବେ ଚାକିରି ଦେଇଛନ୍ତି। ମାମଲାର ତଦନ୍ତ ସିବିଆଇ କରୁଛି। ଏହାକୁ ନେଇ ହରଡ଼ଘଣାରେ ଲାଲୁଙ୍କ ପରିବାର। ଏଥିରେ ଇଡି ମନି ଲଣ୍ଡରିଂ ଦିଗରୁ ମଧ୍ୟ ତଦନ୍ତ କରୁଛି।