Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨୨ ରେ ମାଆ ମାଣିକେଶ୍ବରୀଙ୍କ ଛତର ଯାତ୍ରା : ସରିଲା ପ୍ରସ୍ତୁତି ବୈଠକ

କଳାହାଣ୍ଡି,୦୫/୧୦-ଆଧ୍ୟାତ୍ମିକ ଓ ସାଂସ୍କ୍ରୁତିକ ମହା ମିଳନର ମୁକ୍ତାକାଶ ମହୋତ୍ସବ ହେଉଛି କଳାହାଣ୍ଡିର ପ୍ରସିଦ୍ଧ ଛତର ଯାତ୍ରା ! କଳାହାଣ୍ଡିର ପରମ ଆରାଧ୍ୟ ଇଷ୍ଟଦେବୀ ମାଆ ମାଣିକେଶ୍ବରୀଙ୍କ ଛତରଯାତ୍ରାକୁ ନେଇ ସମଗ୍ର କଳାହାଣ୍ଡି ଜିଲ୍ଲା ଚଳଚଞ୍ଚଳ ହୋଇଉଠିଛି ! ଶ୍ରୀକ୍ଷେତ୍ର ପୁରୀର ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପରେ ଜନସମାଗମ ଓ ବିଶାଳ ସାଂସ୍କ୍ରୁତିକ ଶୋଭାଯାତ୍ରାକୁ ଦେଖିଲେ ରାଜ୍ୟର ଦ୍ବିତୀୟ ସର୍ବବ୍ରୁହତ ମହାପର୍ବ କୁହାଯାଉଥିବା ଛତରଯାତ୍ରା ଆସନ୍ତା ୨୨ ତାରିଖ ଦିନ ଅନୁଷ୍ଠିତ ହେବ ! ଆସନ୍ତା ଅକ୍ଟୋବର ୨୨ ତାରିଖ ମାଣିକେଶ୍ଵରୀଙ୍କ ପବିତ୍ର ଛତର ଯାତ୍ରା ଜେନାଖାଲରେ ପୂଜାର୍ଚ୍ଚନା ସାରି ମନ୍ଦିର ଅଭିମୁଖେ ଭକ୍ତମାନଙ୍କ ଗହଣରେ ଯାତ୍ରା କରିବ ବୋଲି ମାଣିକେଶ୍ବରୀ ମନ୍ଦିର ତରଫରୁ ସୂଚନା ପ୍ରଦାନ କରାଯାଇଛି। ଏଥିପାଇଁ ଆଜି କଳାହାଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ରାଜବାଟୀ ତରଫରୁ ଅନନ୍ତପ୍ରତାପ ଦେଓ, ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ଅତିରିକ୍ତ ଜିଲ୍ଲାପାଳ ତ୍ରିଲୋଚନ ପାତ୍ର, ଭବାନୀପାଟଣା ଉପଜିଲ୍ଲାପାଳ ଡ. ବିଶ୍ବଜିତ ଦାସ, ଧର୍ମଗଡ ଉପ ଜିଲ୍ଲାପାଳ ବିରଞ୍ଚି ନାରାୟଣ ଦରୱାନ, ଭବାନୀପାଟଣା ପୌରପରିଷଦ ଅଧ୍ୟକ୍ଷା ସଂଯୁକ୍ତା ବେହେରା, ସିଡିଏମ୍ଓ ଡା. ନିହାରେନ୍ଦ୍ର ପଣ୍ଡା, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ମନୋଜ ବେହେରାଙ୍କ ସମେତ ସହରର ବିଭିନ୍ନ ଦୂର୍ଗାପୂଜା କମିଟିର କର୍ମକର୍ତ୍ତା, ସମାଜସେବୀ, ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଏହାସହିତ ସହରରେ ଅନୁଷ୍ଠିତ ହେଉଥିବା ଦୁର୍ଗାପୂଜା ଗୁଡ଼ିକୁ ଶାନ୍ତିଶ୍ରୁଙ୍ଖଳାର ସହିତ ସମାପନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁର୍ଗାପୂଜା କମିଟିର କର୍ମକର୍ତ୍ତାମାନଙ୍କ ସହିତ ଆଲୋଚନା କରାଯାଇଥିଲା ! ଏଥିପାଇଁ ବିଭିନ୍ନ ବିଭାଗ ସହିତ ସମ୍ମନ୍ବୟ ରଖି ଦାୟିତ୍ବ ତୁଲାଇବାକୁ ଜିଲ୍ଲାପାଳ ଅନୁରୋଧ କରିଥିଲେ !

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ