Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଲାଞ୍ଜିଗଡ଼ ବ୍ଲକ ପୂର୍ବତନ ଅଧ୍ୟକ୍ଷ କ୍ଷୀରାବ୍ଧୀ ସାହୁଙ୍କ ପରଲୋକ

କଳାହାଣ୍ଡି,୦୫/୧୦-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ କ୍ଷୀରାବ୍ଧୀ ସାହୁଙ୍କ ପରଲୋକ ଘଟିଛି ! ମ୍ରୁତ୍ୟୁବେଳକୁ ତାଙ୍କୁ ୬୨ ବର୍ଷ ହୋଇଥିଲା ! ସେ କିଛିଦିନ ଧରି ଯକ୍ରୁତ ରୋଗରେ ପୀଡ଼ିତ ଥିଲେ ! ସେ ୧୯୮୪ରୁ ୧୯୯୦ ପର୍ଯ୍ୟନ୍ତ ଲାଞ୍ଜିଗଡ଼ ବ୍ଲକର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ ! ତାଙ୍କ କାର୍ଯ୍ୟ କାଳ ମଧ୍ୟରେ ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସାଧିତ ହୋଇ ପାରିଥିଲା ! ପରବର୍ତ୍ତୀ ସମୟରେ ସେ ବିଜେଡି ଦଳରେ ସାମିଲ ହୋଇଥିଲେ ! ସେ ବର୍ଷକ ପୂର୍ବରୁ ଅସୁସ୍ଥ ହୋଇପଡ଼ିବା ପରେ ଚିକିତ୍ସିତ ହେଉଥିଲେ ! ଆଜି ତାଙ୍କର ପରଲୋକ ଖବର ପ୍ରଚାରିତ ହେବା ପରେ ଲାଞ୍ଜିଗଡ଼ ବ୍ଲକ ସମେତ ଜିଲ୍ଲାରେ ଶୋକର ଲହରୀ ଖେଳିଯାଇଛି ! ତାଙ୍କ ବିୟୋଗରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ, କଳାହାଣ୍ଡି ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶିବାଜୀ ମାଝୀ, ପୂର୍ବତନ ମନ୍ତ୍ରୀ ଡ. ବଳଭଦ୍ର ମାଝୀ, ବିଧାୟକ ପ୍ରତିନିଧି ପ୍ରଦୀପ କୁମାର ଘଡ଼େଇ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ମନୋହର ହରପାଲ, ଇଂ ଫକୀରମୋହନ ମାଝୀ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଶ୍ରୀଧର ପେସନିଆ, ଜଗଦୀଶ ବେନିଆ ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିଛନ୍ତି !