Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ବିୟୋଗରେ ମାଁ ହୀରାନୀଳା ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା

କଳାହାଣ୍ଡି,୦୬/୧୦-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବିଶ୍ବନାଥପୁରସ୍ଥିତ ମାଁ ହୀରାନୀଳା ଡିଗ୍ରୀ ମହାବିଦ୍ୟାଳୟର ପ୍ରତିଷ୍ଠାତା ସଂପାଦକ କ୍ଷୀରାବ୍ଧୀ ସାହୁଙ୍କ ବିୟୋଗକୁ ନେଇ ବ୍ଲକ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବାବେଳେ ମାଁ ହୀରାନୀଳା ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଏକ ଶୋକସଭା ଆୟୋଜିତ ହୋଇଯାଇଛି ! ଏଥିରେ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ବରିଷ୍ଠ ଅଧ୍ୟାପକ ଅରୁଣ କୁମାର ଚନ୍ଦନ, ଅଧ୍ୟାପିକା କନକଲତା ବେହେରା, ଚିନ୍ମୟୀ ସାହୁ, ଜୟଶ୍ରୀ ବେହେରା, ନୀଳେନ୍ଦ୍ରୀ ଶତପଥୀ, ଅଧ୍ୟାପକ ସୁବାସ ହିଆଁଲ, ଶୁଭମ ପାଢ଼ୀ, ପିଇଟି ଶ୍ରୀନିବାସ ଦାସ, ଲାଇବ୍ରେରୀୟାନ ଧବଳେଶ୍ବର ଠେଲା, ମହାବିଦ୍ୟାଳୟ କର୍ମଚାରୀ କୁଳମଣି ବାଣୁଆ, ରୀତାରାଣୀ ବାରିକ, ଜଇମନି ବେହେରା, ରତନୀ ମାଝୀ, ଘନଶ୍ୟାମ ସୁନାଙ୍କ ସମେତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ! ଏଥିରେ ସ୍ବର୍ଗତ ସାହୁଙ୍କ ମହାବିଦ୍ୟାଳୟ ସ୍ଥାପନ ଦିଗରେ ତାଙ୍କର ଅବଦାନ ସହିତ ତାଙ୍କର ସ୍ମ୍ରୁତିଚାରଣ କରାଯାଇଥିଲା !

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ