Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚିଚର୍ଲାସ୍ଥିତ ଦ୍ବାରକାପୁରୀ ଟେକ୍ସଟାଇଲରେ ଅଘଟଣ : ବିଦ୍ୟୁତ୍ ଆଘାତରେ ଶ୍ରମିକଙ୍କ ମୃତ୍ୟୁ

କଳାହାଣ୍ଡି,୦୭/୧୦-କଳାହାଣ୍ଡି ଜିଲ୍ଲା କେସିଙ୍ଗା ଆଦର୍ଶ ଥାନା ତଥା ଉତ୍କେଲା ଫାଣ୍ଡି ଅନ୍ତର୍ଗତ ଚିଚର୍ଲା ଗାଁରେ ଥିବା ଦ୍ବାରକାପୁରୀ ଟେକ୍ସଟାଇଲ ମିଲ୍ ରେ ଘଟିଛି ଅଘଟଣ ! ମିଲ୍ ପରିସରରେ ବ୍ରେକର ବ୍ୟବହାର କରି କଂକ୍ରିଟ ଭାଙ୍ଗୁଥିବାବେଳେ ବ୍ରେକରରେ ହଠାତ୍ ବିଦ୍ୟୁତ ପ୍ରବାହିତ ହୋଇଯିବାରୁ ଚିଚର୍ଲା ଗାଁର ଆଶିକ ସୁନା (୨୦) ନାମକ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି ! ତାଙ୍କୁ ଉଦ୍ଧାର କରି କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ! ଶ୍ରମିକର ମୃତ୍ୟୁ ପରେ ମିଲ ମାଲିକ ଘଟଣାଟିକୁ ଚାପିଦେବାକୁ ଉଦ୍ୟମ କରି ବିଫଳ ହେବାରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି ! ଖବର ପାଇ ଉତ୍କେଲା ଫାଣ୍ଡି ଅଧିକାରୀ ପ୍ରେମରାଜ କହଁର ଘଟଣାସ୍ଥଳରେ ପହଞ୍ଚିଥିବାବେଳେ କେସିଙ୍ଗା ପୁଲିସ ଶବ ଜବତ କରି ତଦନ୍ତ ଆରମ୍ଭ କରିଛି !

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories