କଳାହାଣ୍ଡି,୦୮/୧୦-କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ପଲମ ପଞ୍ଚାୟତ କେନ୍ଦୁବାହାଲିର ଜଣେ ଅସହାୟ ରୋଗୀଙ୍କୁ ରକ୍ତଦାନ କରି ଜୀବନ ରକ୍ଷା କରିବାରେ ସହାୟକ ହୋଇଛନ୍ତି ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ! କେନ୍ଦୁବାହାଲି ଗାଁର ଗୋବର୍ଦ୍ଧନ ସାହୁ ନାମକ ଜଣେ ବ୍ୟକ୍ତି ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି ! ରକ୍ତହୀନତା ରୋଗରେ ପୀଡ଼ିତ ଗୋବର୍ଦ୍ଧନଙ୍କର ହିମୋଗ୍ଲୋବିନ ସ୍ତର ୬.୯ ଗ୍ରାମ ଥିବାବେଳେ ଡାକ୍ତର ତୁରନ୍ତ ରକ୍ତ ଦେବାକୁ ପରାମର୍ଶ ଦେଇଥିଲେ ! ରକ୍ତ ଯୋଗାଡ଼ ପାଇଁ ଗୋବର୍ଦ୍ଧନଙ୍କ ପରିବାର ଲାଗି ପଡ଼ିଥିବାବେଳେ କୌଣସି କାମରେ ଭବାନୀପାଟଣା ଆସିଥିବା ନର୍ଲା ବ୍ଲକ ଉପାଧ୍ୟକ୍ଷ ଶ୍ରୀ ମହାନ୍ତି ଆଗେଇ ଆସିବା ସହିତ ରକ୍ତଦାନ କରିଥିଲେ ! ଶ୍ରୀ ମହାନ୍ତି ଏତାଦ୍ରୁଶ ମହତ୍ କାମକୁ ସାଧାରଣରେ ବେଶ୍ ପ୍ରଶଂସା କରାଯାଇଛି !