Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଟିରେ ମିଶିଲା ମସଜିଦ, ବିଲ୍ଡିଂ ଧ୍ଵଂସ; ଇସ୍ରାଏଲ ଆକ୍ରମଣରେ ୫୦୦ରୁ ଅଧିକ ମୃତ

ନୂଆଦିଲ୍ଲୀ: ହମାସ ଆତଙ୍କବାଦୀ ଶନିବାର ସକାଳେ ଇସ୍ରାଏଲ ଉପରେ ଘନ ଘନ ରକେଟ୍ ମାଡ଼ କରିଥିଲେ। ଆଉ ଏହାର ପ୍ରତିଜବାବ ଦେଇ ଇସ୍ରାଏଲ ଗାଜାପଟ୍ଟି ଉପରେ ଲଗାତାର ବୋମା ବର୍ଷଣ କରି ଚାଲିଛି। ଏହି ଆକ୍ରମଣରେ ଏ ପର‌୍ୟ୍ୟନ୍ତ ୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦୦୦ରୁ ଅଧିକ ଲୋକ ଆହତ ହୋଇ ସାରିଛନ୍ତି। ଇସ୍ରାଲଏ ଘନ ଘନ ଆକ୍ରମଣରେ ପାଲେଷ୍ଟାଇନର ଏକ ମସଜିଦ ମାଟିରେ ମିଶି ଯାଇଛି। ଅନେକ କୋଠା ଧ୍ଵସ୍ତବିଧ୍ଵସ୍ତ ହୋଇ ସାରିଛି।

ଉଲ୍ଲେଖନୀୟ ହମାସର ଆତଙ୍କବାଦୀମାନେ ଇସ୍ରାଏଲ ସୀମାରେ ଅନୁପ୍ରବେଶ କରି ଏହି ଆକ୍ରମଣ କରିଛନ୍ତି। ଏହା ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଯୁଦ୍ଧ ଘୋଷଣା କରିଛନ୍ତି। ଏହା ସହିତ କହିଛନ୍ତି ଏବେ ଶତ୍ରୁକୁ ଏହାର ଗମ୍ଭୀର ପରିଣାମ ଭୋଗିବାକୁ ପଡ଼ିବ। ଇସ୍ରାଏଲ ପାଲେଷ୍ଟାଇନ ବିରୋଧରେ ଅପରେସନ ଆଇରନ ସ୍କ୍ଵାର୍ଡ ଲଞ୍ଚ୍ କରିଛି। ନେତନ୍ୟାହୁ ଟେଲିଭିଜନରେ ନିଜ ସମ୍ବୋଧନରେ କହିଛନ୍ତି ଯେ, ହମାସ ଏମିତି ପରିଣାମ ଭୋଗିବ ଯାହା ସେ କେବେ ସ୍ଵପ୍ନରେ ଭାବି ନ ଥିବ।

ଇସ୍ରାଏଲ କହିଛି, ଏବେ ସେହି ଆଠଟି ଅଞ୍ଚଳରେ ହମାସ ସହ ଲଢେଇ ଚାଲିଛି, ଯେଉଁଠି ଶନିବାର ସକାଳେ ଅପ୍ରତ୍ୟାଶିତ ଭାବେ ପାଲେଷ୍ଟାଇନ ଆତଙ୍କବାଦୀ ଅନୁପ୍ରବେଶ କରିଥିଲେ। ଏଥିସହ ଇସ୍ରାଏଲ ସେହି ୨୨ ସ୍ଥାନକୁ ନିଜ ନିୟନ୍ତ୍ରଣକୁ ନେଇଛି ଯେଉଁଠି ହମାସର ଆତଙ୍କବାଦୀ ଆକ୍ରମଣ କରିଥିଲେ। ଏବେ ଆଠଟି ସ୍ଥାନରେ ଉଭୟ ପକ୍ଷ ମଧ୍ୟରେ ଲଢେଇ ଚାଲିଥିବା ଇସ୍ରାଏଲ କହିଛି।