Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ବାଳମୁକୁନ୍ଦ କେନ୍ଦ୍ରରେ ବିଦ୍ୟାଳୟ ପରୀକ୍ଷା ରେ ସଫଳତାର ସୂତ୍ର ନେଇ ଆଲୋଚନ

ପାରଳାଖେମୁଣ୍ଡି:୮/୧୦(ଗରୁଡ଼ ଧ୍ଵଜ ଚୌଧୁରୀ) କୋମଳମତି ଶିଶୁମାନେ ପରୀକ୍ଷା ସମୟ ଆସିଲେ ଅଧିକ ପଢାପଢି ପାଇଁ ଶିକ୍ଷକ ତଥା ଅଭିଭାବକଙ୍କ ଦ୍ଵାରା ମାନସିକ ସ୍ତରରେ ପ୍ରଭାବିତ ହୋଇଥାନ୍ତି l ଏହି ସମୟରେ ଶିଶୁମାନେ କିଭଳି ପଢାପଢି କରିବା ଆବଶ୍ୟକ ତାହାକୁ ସ୍ଵାମୀ ମୁକୁନ୍ଦାନନ୍ଦ ଜୀ ଙ୍କ ବାର୍ତ୍ତାକୁ ନେଇ ବାଳମୁକୁନ୍ଦ କେନ୍ଦ୍ରର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ କେନ୍ଦ୍ରର ବିବିଧ କ୍ଷେତ୍ରକୁ ଭ୍ରାମ୍ୟମାଣ କରି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପରୀକ୍ଷା ସମୟରେ ସଫଳତା ହାସଲ ନିମନ୍ତେ କେତେକ ପଦକ୍ଷେପ ଗୁଡ଼ିକୁ ବୁଝାଇଥିଲେ । ଶନିବାର ଅପରାହ୍ନରେ ପ୍ରାଥମିକ ସଂସ୍କାର କେନ୍ଦ୍ର, କୁମ୍ଭାର ସାହି ଓ ସଂସ୍କୃତ ମହାବିଦ୍ୟାଳୟର ଛାତ୍ରାବାସ ଏବଂ ରବିବାର ପୂର୍ବାହ୍ନରେ ସ୍ଥାନୀୟ ସଂସ୍କାର କେନ୍ଦ୍ର, ଚିତ୍ରକର ସାହି ଓ ଆର୍ବନ୍ ହଷ୍ଟେଲର ଛାତ୍ରାବାସକୁ ଭ୍ରାମ୍ୟମାଣ କରି ‘ବାଲ୍ ସଂସ୍କାର’ କାର୍ଯ୍ୟକ୍ରମ କରାଯାଇଛି । ପ୍ରାୟ ବିଦ୍ୟାର୍ଥୀମାନେ ପରୀକ୍ଷା ବାହାନା କିମ୍ବା ମାନସିକ ଚାପରେ କୌଣସି ପ୍ରକାର ଦୈନିକ ପ୍ରାର୍ଥନା, ଧ୍ୟାନ, ଯୋଗ ଓ ପ୍ରାଣାୟାମ କରନ୍ତି ନାହିଁ, ଏଥି ଦ୍ଵାରା ଏକାଗ୍ରତା ଅଭାବରୁ ପରୀକ୍ଷାର ଭୟ ମନରେ ଅଧିକ ରହିଯାଇଥାଏ।ଏହି ସବୁକୁ ପ୍ରାଧାନ୍ୟ ଦେଇ, ରାତ୍ର ଅନିଦ୍ରା ନ ରହି ପୂର୍ବରୁ ଖୁସିରେ ଯେଉଁଭଳି ପଢାପଢି କରିଥାଉ ସେହିଭଳି କରିବାକୁ କୁହାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ