Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅନମୋଲ ଅଙ୍କିତା ନୁହଁନ୍ତି : ସଂସଦରେ ସର୍ବପ୍ରଥମେ ବକ୍ତବ୍ୟ ରଖିଥିଲେ କଳାହାଣ୍ଡିର ଅଫିଆ ବସୀର

କଳାହାଣ୍ଡି,୦୯/୧୦-ଅକ୍ଟୋବର ୨ ତାରିଖ ମହାତ୍ମା ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀଙ୍କ ପବିତ୍ର ଜନ୍ମତିଥିରେ ଦେଶର ରାଜଧାନୀ ଦିଲ୍ଲୀସ୍ଥିତ ସଂସଦ ଭବନର ସେଣ୍ଟ୍ରାଲ ହଲ୍ ରେ ଚମତ୍କାର ଇଂରାଜୀରେ ଭାଷଣ ଦେଇଥିବା ଓଡ଼ିଶାର ପ୍ରଥମ ଝିଅ ଅନମୋଲ ଅଙ୍କିତା ନୁହଁନ୍ତି, ବରଂ କଳାହାଣ୍ଡି ଜିଲ୍ଲା ଦୁର୍ଗମ ଥୁଆମୂଳ ରାମପୁର ବ୍ଲକ ପାଡେପଦର ପଞ୍ଚାୟତ ଖମାରପଦର ଗାଁର ଅଫିଆ ବସୀର ବୋଲି ସ୍ପଷ୍ଟ ହୋଇଛି ! ଖମାରପଦର ଗାଁର ମାଲ୍ୟବନ୍ତ ନାଏକଙ୍କ ଝିଅ ଅଫିଆ ରାୟଗଡ଼ା ଜିଲ୍ଲା ଥେରୁବାଲିସ୍ଥିତ ଏକ ଘରୋଇ ସ୍କୁଲରେ ଦଶମ ଶ୍ରେଣୀରେ ପଢ଼ୁଥିବା ଅଫିଆ ଓଡ଼ିଶାର ପ୍ରଥମ ବକ୍ତା ଭାବେ ସଂସଦର ସେଣ୍ଟ୍ରାଲ ହଲରେ ଚମତ୍କାର ଇଂରାଜୀରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସଂପର୍କରେ ବକ୍ତବ୍ୟ ରଖିଥିଲେ ! ଓଡ଼ିଶା ତଥା କଳାହାଣ୍ଡି ମାଟିର ସର୍ବପ୍ରଥମ ବକ୍ତା ଭାବେ କୁନି ଝିଅ ଅଫିଆ ନିଜର ବକ୍ତବ୍ୟ ରଖିଥିବାବେଳେ ସଂସଦର ସେଣ୍ଟ୍ରାଲ ହଲ୍ ଜୋରଦାର କରତାଳିରେ ଉଛୁଳି ଉଠିଥିଲା ! ଏପରିକି କେନ୍ଦ୍ର ଉଚ୍ଚଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଅଫିଆଙ୍କ ସମେତ ଅନ୍ୟମାନଙ୍କୁ ଭୁରିଭୁରି ପ୍ରଶଂସା କରି ପୋଷ୍ଟ କରିଛନ୍ତି ସାମାଜିକ ଗଣମାଧ୍ୟମ ଏକ୍ସ ରେ ! ତେବେ ପେଟପାଟଣା ଦାୟରେ ଥେରୁବାଲିରେ ରହୁଥିବା ମାଲ୍ୟବନ୍ତ ନାଏକ (ବସୀର ଅହମଦ)ଙ୍କ ଦଶମ ଶ୍ରେଣୀରେ ପଢ଼ୁଥିବା ଏଇ ପ୍ରତିଭାବାନ ଝିଅ ସଂପର୍କରେ ଆଦୌ ଚର୍ଚ୍ଚା ହେଲା ନାହିଁ ! ଅପରପକ୍ଷରେ ଦଶମ ଶ୍ରେଣୀର ଛାତ୍ରୀ ଅସାଧାରଣ ପ୍ରତିଭା ଅଫିଆଙ୍କ ପରେ ପରେ ଶାସ୍ତ୍ରୀଜୀଙ୍କ ସଂପର୍କରେ ବକ୍ତବ୍ୟ ରଖିଥିବା ସ୍ନାତ୍ତକ ଡିଗ୍ରୀଧାରୀ ଅନମୋଲ ଅଙ୍କିତାଙ୍କ ସଂପର୍କରେ ସବୁଆଡୁ ଚର୍ଚ୍ଚା ହେବା ସହ ସେ ହିଁ ପ୍ରଥମ ବକ୍ତା ବୋଲି ଦର୍ଶାଇ ଦିଆଗଲା ! ତେବେ ନେହରୁ ଯୁବକେନ୍ଦ୍ର ସଂଗଠନ ଦ୍ବାରା ମନୋନୀତ ହୋଇ ଶାସ୍ତ୍ରୀଜୀଙ୍କ ସଂପର୍କରେ ବକ୍ତବ୍ୟ ରଖିଥିବା ଅନମୋଲ ଅଙ୍କିତା ସଂସଦ ଭବନରେ ବକ୍ତବ୍ୟ ରଖିଥିବା କଳାହାଣ୍ଡି ମାଟି ତଥା ଓଡ଼ିଶାର ଦ୍ବିତୀୟ ଝିଅ ଭାବେ ନିଶ୍ଚିତ ଭାବେ ପ୍ରଶଂସାର ହକଦାର ଅଟନ୍ତି ! ତେବେ ସେଇଆଳରେ କଳାହାଣ୍ଡି ମାଟି ତଥା ଓଡ଼ିଶାର ପ୍ରଥମ ଛାତ୍ରୀ ଭାବେ ସଂସଦ ଭବନରେ ବକ୍ତବ୍ୟ ରଖିଥିବା ଅଫିଆଙ୍କୁ ଗଣମାଧ୍ୟମ ଓ ଜିଲ୍ଲାବାସୀ ଅଣଦେଖା କରିବା ଘଟଣାକୁ ମଧ୍ୟ ସାଧାରଣରେ ନାପସନ୍ଦ କରାଯାଇଛି ! ଏପରିକି ଅଫିଆଙ୍କ ବକ୍ତବ୍ୟ କେବଳ ମହାତ୍ମା ଗାନ୍ଧୀଙ୍କ ଉପରେ ପର୍ଯ୍ୟବେଶିତ ହୋଇଥିବାବେଳେ ଅନମୋଲ ଅଙ୍କିତା ନିଜ ବକ୍ତବ୍ୟରେ ନିର୍ଦ୍ଧାରିତ ପ୍ରସଙ୍ଗ ଶାସ୍ତ୍ରୀଜୀଙ୍କ ଅପେକ୍ଷା କେନ୍ଦ୍ର ସରକାରଙ୍କ ଯୋଜନାକୁ ନିଜ ବକ୍ତବ୍ୟରେ ସ୍ଥାନ ଦେଇଥିବା ନେଇ ସାମାଜିକ ଗଣମାଧ୍ୟମରେ କିଛି ଟ୍ରୋଲର ଅଭିଯୋଗ କରିଥିଲେ ! ଜିଲ୍ଲା ତଥା ଓଡ଼ିଶାର ପ୍ରଥମ ବକ୍ତା ଭାବେ ତାଙ୍କୁ ଦର୍ଶାଇ ଦିଆଯିବାରୁ ସେ ପ୍ରଶଂସିତ ହେବା ସହ ସବୁତକ ଶ୍ରେୟ ନେଇଯାଇଥିଲେ ! ସଂସଦ ଭବନରେ ସର୍ବପ୍ରଥମେ ବକ୍ତବ୍ୟ ରଖିଥିବା କୁନି ପ୍ରତିଭା ଅଫିଆ ବସୀର ହିଁ ଏସବୁ ପ୍ରଶଂସା ଓ ଶ୍ରେୟର ପ୍ରଥମ ହକଦାର ଓ ତାଙ୍କ ପରେ ଏ ମାଟିର ଝିଅ ଅନମୋଲ ଅଙ୍କିତା ବୋଲି ଏବେ ଜିଲ୍ଲାରେ ଆଲୋଚନା ହେବାରେ ଲାଗିଛି ! ତେବେ ଆଦିବାସୀ ବହୁଳ ଥୁଆମୂଳ ରାମପୁର ବ୍ଲକ ପାଡେପଦର ପଞ୍ଚାୟତ ଖମାରପଦର ଗାଁରୁ ଦିଲ୍ଲୀର ସଂସଦ ଭବନ ପର୍ଯ୍ୟନ୍ତ ଯାତ୍ରା କରି ନିଜ ଅସାଧାରଣ ପ୍ରତିଭା ବଳରେ କଳାହାଣ୍ଡି ତଥା ଓଡ଼ିଶା ମାଟିକୁ ଗୌରବାନ୍ବିତ କରିଥିବା ଅଫିଆ ବସୀର ନିଶ୍ଚିତ ଭାବେ ପ୍ରଶଂସାର ହକଦାର ଅଟନ୍ତି !

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ