Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇସ୍ରାଏଲ ଆକ୍ରମଣରେ ହମାସର ୧୫୦୦ ଆତଙ୍କବାଦୀଙ୍କ ମୃତ୍ୟୁ, ଜାରି ରହିଛି ଆକ୍ରମଣ

ନୂଆଦିଲ୍ଲୀ: ଇସ୍ରାଏଲ ଓ ହମାସ ମଧ୍ୟରେ ତିନି ଦିନ ହେବ ଯୁଦ୍ଧ ଜାରି ରହିଛି। ଯୁଦ୍ଧରେ ଏ ପର୍ଯ୍ୟନ୍ତ ୧୬୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟି ସାରିଲାଣି। ହମସାର ଅପ୍ରତ୍ୟାଶିତ ଆକ୍ରମଣ ପରେ ଇସ୍ରାଏଲର ପ୍ରତିଜବାବରେ ବହୁ ସଂଖ୍ୟାରେ ପାଲେଷ୍ଟାଇନଙ୍କ ମୃତ୍ୟୁ ଘଟିଛି। ଏହା ମଧ୍ୟରେ ଇସ୍ରାଏଲ ସେନା ଦାବି କରିଛି ଯେ, ଇସ୍ରାଏଲୀ ସୀମାରେ ୧୫୦୦ରୁ ଅଧିକ ହମାସ ଆତଙ୍କବାଦୀଙ୍କ ଶବ ମିଳିଛି। ସେନାର ମୁଖପାତ୍ର ରିଚାର୍ଡ ହେଚ୍ ଅନୁଯାୟୀ, ଗାଜା ବର୍ଡକୁ ସେନା ନିୟନ୍ତ୍ରଣକୁ ନେଇଛି।

ଇସ୍ରାଏଲ ଅନୁଯାୟୀ, ଗତକାଲି ସନ୍ଧ୍ୟାରୁ କୌଣସି ଅନୁପ୍ରବେଶ ଘଟିନାହିଁ। କିନ୍ତୁ ଏହାକୁ ଖଣ୍ଡନ କରାଯାଇ ପାରିବ ନାହିଁ ଯେ, ଆତଙ୍କବାଦୀ ପୁନର୍ବାର ଆକ୍ରମଣ କରିବେ ନାହିଁ। ସେନା ସୀମାରେ ବହୁ ସଂଖ୍ୟାରେ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି। ଅପରେସନ ଏବେ ଜାରି ରହିଛି। ଉଲ୍ଲେଖନୀୟ ଇସ୍ରାଏଲ ଆକ୍ରମଣରେ ଅତି କମରେ ୭୦୦ରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଥିବା କୁହାଯାଉଛି। ଇସ୍ରାଏଲ ସମର୍ଥନରେ ଭାରତ, ଆମେରିକା, ୟୁକେ ସମେତ ଅନେକ ଶକ୍ତିଶାଳୀ ଦେଶ ଛିଡ଼ା ହୋଇଛନ୍ତି। ହମାସର ଆକ୍ରମଣକୁ ଭାରତ ଦୃଢ ନିନ୍ଦା କରିଛି।

ମଙ୍ଗଳବାର ହ୍ଵାଇଟ୍ ହାଉସ୍ ପକ୍ଷରୁ ଏକ ମିଳିତ ବୟାନ ଜାରି କରାଯାଇଛି। ଫ୍ରାନ୍ସ, ଆମେରିକା, ଜର୍ମାନୀ ଓ ୟୁକେ ପକ୍ଷରୁ ଜାରି ଏହି ବୟାନରେ କୁହାଯାଇଛି ଯେ, ହମାସ ପରି ଆତଙ୍କୀ ସଂଗଠନକୁ ବରଦାସ୍ତ କରାଯାଇ ପାରିବ ନାହିଁ। ଏହି ଧରଣର ହିଂସକ ସଂଗଠନକୁ ପୂରା ଦୁନିଆ ମିଶି ବିରୋଧ କରିବା ଉଚିତ୍। ଇସ୍ରାଏଲର ସୁରକ୍ଷା ପାଇଁ ମିଳିତ ଭାବେ ଛିଡ଼ା ହେବା ଉଚିତ୍। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ କହିଛନ୍ତି, ଯୁଦ୍ଧ ଆରମ୍ଭ ଆମେ କରି ନ ଥିଲୁ, କିନ୍ତୁ ଏହାକୁ ସମାପ୍ତ ଆମେ କରିବୁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ