Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭବାନୀପାଟଣାଠାରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ମହକ’ ଅନୁଷ୍ଠିତ

କଳାହାଣ୍ଡି,୧୧/୧୦-କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଆଜି ଭବାନୀପାଟଣା ଟାଉନହଲଠାରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ “ମହକ-୨୦୨୩” ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ସମାରୋହରେ ଭବାନୀପାଟଣା ଉପଜିଲ୍ଲାପାଳ ଡ.ବିଶ୍ୱଜିତ ଦାସ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ରୂପେଶ ହୋତା, ସଦସ୍ୟ ସଞ୍ଜୟ କୁମାର, ଭାରତ ପଣ୍ଡା, ଅଶୋକ ଚୌଧୁରୀ, ସଦସ୍ୟା ବସନ୍ତ ପଟ୍ଟନାୟକ, କିଶୋର ନ୍ୟାୟ ବୋର୍ଡର ସଦସ୍ୟା ଭବାନୀ ପଟ୍ଟନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦୁ ଶେଖର ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ମହକ କାର୍ଯ୍ୟକ୍ରମରେ ଜିଲ୍ଲାର ୧୩ ଗୋଟି ଶିଶୁ ଯତ୍ନ ଅନୁଷ୍ଠାନର ଦୁଇଶହ ଅନ୍ତେବାସୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଅନ୍ତେବାସୀ ମାନଙ୍କ ମଧ୍ୟରେ ଉଭୟ ବରିଷ୍ଠ ଓ କନିଷ୍ଠ ବିଭାଗରେ କ୍ୟୁଜ, ଚିତ୍ରଙ୍କନ, ବକ୍ତୃତା, ଏକକ ସଙ୍ଗୀତ ଓ ଦଳଗତ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଅପରାହ୍ନରେ ଅୟୋଜିତ ପୁରସ୍କାର ବିତରଣ ଉତ୍ସବରେ ଜିଲ୍ଲାପାଳ ପି.ଅନ୍ୱେଷା ରେଡ୍ଡୀ, ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଓ ସଦସ୍ୟ, କିଶୋର ନ୍ୟାୟ ବୋର୍ଡ ସଦସ୍ୟା, ବରିଷ୍ଠ ସାମ୍ବାଦିକ ସତ୍ୟ ନାରାୟଣ ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ ବେହେରା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ ପ୍ରମୁଖ ଅତିଥି ଭାବରେ ଯୋଗଦେଇ କୃତି ଅନ୍ତେବାସୀମାନଙ୍କୁ ପୁରସ୍କୃତ କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଭାରପ୍ରାପ୍ତ ଆନୁଷ୍ଠାନିକ ଯତ୍ନ ଅଧିକାରୀ ଅଂଶୁମାନ ବାବୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅଣ ଆନୁଷ୍ଠାନିକ ଯତ୍ନ ଅଧିକାରୀ ରାଜଲଷ୍ମୀ ଦାଶ, ଶୁଭାଶିଷ ପାଣିଗ୍ରାହୀ, ସୁଧାଂଶୁ ମହାପାତ୍ର, ପ୍ରତୀକ ପଟ୍ଟନାୟକ, ଜୟଶ୍ରୀ ପାଣି, ଗୁରୁ ପ୍ରସାଦ ନାଏକ, ଅବିନାଶ ତ୍ରିପାଠୀ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ।