Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ ‘ମେରି ମିଟି, ମେରା ଦେଶ’ କାର୍ଯ୍ୟକ୍ରମ ପାଳିତ

କଳାହାଣ୍ଡି,୧୩/୧୦-କଳାହାଣ୍ଡି ବିଶ୍ୱବିଦ୍ୟାଳୟର ଏନ୍‌ଏସ୍‌ଏସ୍‌ ପ୍ରଭାଗ ତରଫରୁ ‘ମେରି ମିଟି ମେରା ଦେଶ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଂଜୟ ଶତପଥୀ ବୀର ସହିଦମାନଙ୍କୁ ସମ୍ମାନ ଜଣାଇ ବୀର ମାଟି ସଂଗ୍ରହର ଶୁଭାରମ୍ଭ କରିଥିଲେ । ଏନ୍‌ଏସ୍‌ଏସ୍‌ ବ୍ୟୁରୋ କାର୍ଯ୍ୟକ୍ରମ ସଂଯୋଜକ ଡ. ଚିତ୍ତରଞ୍ଜନ ଖୁଣ୍ଟିଆ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଅନ୍ୟତମ ଏନ୍‌ଏସ୍‌ଏସ୍‌ କାର୍ଯ୍ୟକ୍ରମ ଅଧିକାରୀ ଜୟନ୍ତ ଦଣ୍ଡସେନା ଓ ରୋଜମେରୀ ରଶ୍ମିତା ଏକ୍କା ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀମାନେ ବିଶ୍ୱବିଦ୍ୟାଳୟ ପରିସରରୁ ମାଟି ସଂଗ୍ରହ କରି ଭବାନୀପାଟଣା ସହର ପରିକ୍ରମା କରିଥିଲେ । ଏନ୍‌ଏସ୍‌ଏସ୍‌ ସ୍ୱେଚ୍ଛାସେବୀ ଦୀପକ ବେହେରା, ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ, ପ୍ରତ୍ୟୁଷ ବାଣୁଆ, ଜୁବେଦା ଖାତୁନ୍, ଅଭିଷେକ ନନ୍ଦ, ସରୋଜ ନିଆଲ, ଗୀତାଞ୍ଜଳି ଦଣ୍ଡସେନା ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।