Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁର୍ଘଟଣାର ଶିକାର ଆକ୍ସନ ଷ୍ଟାର ଅକ୍ଷୟ

ମୁମ୍ବାଇ: ଶୁଟିଂ ବେଳେ ଆହତ ହେଲେ ବଲିଉଡ୍‌ର ଆକ୍ସନ ଷ୍ଟାର ଖିଲାଡି କୁମାର। ବର୍ତ୍ତମାନ ସେ ସ୍କଟ୍‌ଲାଣ୍ଡରେ ତାଙ୍କ ଆଗାମୀ ଫିଲ୍ମ“ ବଡ଼େ ମିଆଁ ଛୋଟେ ମିଆଁ” ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମର ଏକ ଆକ୍ସନ ସିନ୍ ଶୁଟିଂ କରୁଥିବା ଅକ୍ଷୟ କୁମାର ଆହତ ହୋଇଥିବା ଜଣାପଡ଼ିଛି। ଫଳରେ ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିବା ସୂଚନା ମିଳିଛି। ଆଘାତ ଲାଗିବା ପରେ ଆକ୍ସନ ସିନ୍‌ର ଶୁଟିଂକୁ ଅଧାରୁ ସ୍ଥଗିତ ରଖାଯାଇଛି। ଅନ୍ୟ ସିନ୍‌ଗୁଡିକର ଶୁଟିଂ ଜାରି ରହିଛି।

ପୂରା ଟିମ୍ ବର୍ତ୍ତମାନ ସ୍କଟ୍‌ଲାଣ୍ଡରେ ସୁଟିଂ କରୁଛି। ଶୀଘ୍ର ଶୁଟିଂ ସାରି ଫେରିବାକୁ ଥିବାରୁ ଆହତ ଅବସ୍ଥାରେ ସେ ସୁଟିଂ କରୁଥିବା ଜଣାପଡ଼ିଛି। ବର୍ତ୍ତମାନ ଆଣ୍ଠୁରେ ବ୍ରାସ୍ ବାନ୍ଧୀ ଅକ୍ଷୟ ଶୁଟିଂ କରୁଛନ୍ତି ବୋଲି ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ