Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ବିଧାୟକ ପ୍ରଦୀପ କୁମାର ଦିଶାରୀ

କଳାହାଣ୍ଡି,୧୬/୧୦-ଆଜି ଦିନିକିଆ ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ଯିବା ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ! ବିଧାୟକ ଆଜି ଲାଞ୍ଜିଗଡ଼ ପହଞ୍ଚିବା ପରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅନୁଦାନରେ ନିର୍ମିତ ହେବାକୁ ଥିବା ବିଜୁ ସଭାଗ୍ରୁହର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ! ଏହାପରେ ପ୍ରହରୀମଣ୍ଡପର ଶିଳାନ୍ୟାସ କାର୍ଯ୍ୟକ୍ରମରେ ସାମିଲ ହେବା ପରେ ଲାଞ୍ଜିଗଡ଼ ବଡପଡ଼ା ବାସିନ୍ଦାଙ୍କ ସହିତ ସ୍ଥାନୀୟ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ ! ଏହା ପରେପରେ ବିଧାୟକ ଶ୍ରୀ ଦିଶାରୀ ପୂର୍ବତନ ବ୍ଲକ ଅଧ୍ୟକ୍ଷ ସ୍ବର୍ଗତ କ୍ଷୀରାବ୍ଧୀ ସାହୁଙ୍କ ଘରକୁ ଯାଇ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ ! ଏହାପରେ ବେନଗାଁଠାରେ ଅନୁଷ୍ଠିତ ଫୁଟବଲ୍ ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ! ବିଧାୟକଙ୍କ ସହିତ ବିଶିଷ୍ଟ ଅତିଥି ଭାବେ କଳାହାଣ୍ଡି ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶିବାଜୀ ମାଝୀ, ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, ବିଧାୟକ ପ୍ରତିନିଧି ପ୍ରଦୀପ କୁମାର ଘଡ଼େଇ, ଜିଲ୍ଲା ପରିଷଦ ସଭ୍ୟ ପରୀକ୍ଷିତ ନାଏକ, ବିଜେଡି ନେତା ଶ୍ରୀଧର ପେସନିଆ, ଚନ୍ଦ୍ରଧ୍ବଜ ପେସନିଆ, ଜଗଦୀଶ ବେନିଆଁ, ମନୋହର ହରପାଲ, ହିମାଦ୍ରୀ ପେସନିଆ, ତରୁଣ କୁମାର ଦାସ, ପାତ୍ର ମାଝୀ, ସୁବାସ ଅଗ୍ରୱାଲ, ଲାଞ୍ଜିଗଡ଼ ସରପଞ୍ଚ ସରସ୍ବତୀ ମୁଣ୍ଡା, ସୁବାସ ନାଏକଙ୍କ ସମେତ ବହୁସଂଖ୍ୟକ ଦଳୀୟ କର୍ମୀ ସାମିଲ ହୋଇଥିଲେ !

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ